Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନରେନ୍ଦ୍ର ମୋଦିଙ୍କ ଦିନକର ଖାଦ୍ୟ ପାନୀୟ ଖର୍ଚ୍ଚ ଜାଣିଲେ ହେବନି ବିଶ୍ବାସ

26/04/2019 at 5:59 PM

ନୂଆଦିଲ୍ଲୀ ୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟ ଓ ପାନୀୟ ପାଇଁ ଦୈନିକ କେତେ ଖର୍ଚ୍ଚ ହୁଏ, କେହି ସହଜରେ ବିଶ୍ବାସ ବି କରିପାରିବେନି । ମୋଦି ଜଣେ ସାଦା ସିଧା ବ୍ୟକ୍ତି , ତାଙ୍କର ଖାଦ୍ୟ ଓ ପାନୀୟ ମଧ୍ୟ ଠିକ ତାଙ୍କ ଅନୁରୂପ।  ତାଙ୍କ ଦିନ ଚର୍ଯ୍ୟା ଆରମ୍ଭ ହୁଏ ପୂର୍ବାହ୍ନ ୭ଟାରୁ ଅନ୍ୟ ଲୋକଙ୍କ ଭଳି ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ କରନ୍ତି ପ୍ରଧାନ ମନ୍ତ୍ରୀ । ତେବେ ତାଙ୍କ ଜଳଖିଆ ଓ ଅନ୍ୟାନ୍ୟ ଭୋଜନ ସମ୍ପର୍କରେ ଜାଣିଲେ ସେଥି ପାଇଁ ହେଉଥିବା ଖର୍ଚ୍ଚ ବି ସହଜରେ ଅନୁମାନ କରାଯାଇପାରେ।

ମୋଦି ସକାଳ ୭ଟା ବେଳେ ପ୍ରସ୍ତୁତ ହୋଇ ଜଳଖିଆ କରିବାକୁ ବସି ଯାଆନ୍ତି । ସକାଳର ଜଳଖିଆରେ ସେ ତାଙ୍କ ପସନ୍ଦର ଥୋକଲା, ଢୋକଲା ଅଥବା କେବେ କେବେ ଚୁଡା ଖାଇଥାନ୍ତି । ଏହି ସବୁ ଜଳଖିଆ ପାଇଁ ଅତି ବେଶିରେ ୫୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଜଳଖିଆ କରିବା ପରେ ପ୍ରଧାନମନ୍ତ୍ରୀ କାମରେ ବ୍ୟସ୍ତ ହୋଇଯାଆନ୍ତି। ସକାଳ ଜଳଖିଆ ଭଳି ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରଧାନମନ୍ତ୍ରୀ ଠିକ ସମୟରେ କରନ୍ତି ।

ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପସନ୍ଦର ଖାଦ୍ୟ ଖାଇଥାନ୍ତି । ଯାହା ସାଧାରଣ ଗୁଜରାଟି ଲୋକଙ୍କ ଖାଦ୍ୟ ଭଳି । ଯେଉଁଥି ପାଇଁ ଅତି ବେଶିରେ ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହୁଏ । ତେବେ ପ୍ରଧାନମନ୍ତ୍ରୀଙ୍କ ରାତ୍ରି ଭୋଜନ  ଟିକେ ବ୍ୟୟ ବହୁଳ । ରାତିରେ ମୋଦି ଡାଲି, ରୁଟି ସହ ଦହି ଖାଇବାକୁ ପସନ୍ଦ କରିଥାନ୍ତି । ପସନ୍ଦ ମୁତାବକ ଖାଦ୍ୟ ପାଇଁ ଅଧିକ ପଇସା ବି ଖର୍ଚ୍ଚ ହୁଏ । ଏଣୁ ରାତି ଖାଇବା ଖର୍ଚ୍ଚ କେବେ କେବେ ୧ଶହରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ତେବେ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଖାଦ୍ୟ ଓ ପାନୀୟ ବାବଦ ଖର୍ଚ୍ଚ ଜଣେ ସାଧାରଣ ନାଗରିକର ଖର୍ଚ୍ଚ ସହ ସମାନ ।

କେବଳ ଖାଦ୍ୟ କି ପାନୀୟ ନୁହେଁ ପ୍ରଧାନମନ୍ତ୍ରୀଙ୍କ ବିଶ୍ରାମ ମଧ୍ୟ ସାଧାରଣ। ସେ ଦୈନିକ ସାଢେ ୩ ଘଣ୍ଟା ସୁଅନ୍ତି । ନିଦରୁ ଉଠିବା ପରେ ଆରମ୍ଭ ହୁଏ ତାଙ୍କର ଦିନ ଚର୍ଯ୍ୟା । ନିତ୍ୟକର୍ମ ପରେ ସାମାନ୍ୟ କସରତ ଓ ପରେ ଚାଲେ ପ୍ରଧାନମନ୍ତ୍ରଙ୍କ ରାଜକାର୍ଯ୍ୟ ।

   Related Posts