ମୋର୍ଗନ କହିଲେ ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ ହେଲେ କୋହଲି କି ଧୋନିଙ୍କ ବିରୋଧରେ ନୁହେଁ ଏହି ଖେଳାଳିଙ୍କ ବିରୋଧରେ କରିବାକୁ ହେବ ରଣନୀତି

Published By : Prameya-News7 Bureau | June 30, 2019 IST

ୱାର୍ମିଙ୍ଗହାମ ୩୦/୬ : ଆଜି ବିଶ୍ୱକପର ୩୮ତମ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଏହି ମ୍ୟାଚ ବହୁତ ମହତ୍ଵପୁର୍ଣ । ଯଦି ଭାରତ ଏହି ମ୍ୟାଚ ଜିତିଯାଏ ତାହେଲେ ସେମିଫାଇନାଲରେ ଦ୍ୱିତୀୟ ଟିମ ଭାବେ ପ୍ରବେଶ କରିବ । ଇଂଲଣ୍ଡ ଏବେ ଯାଏଁ ୭ଟି ମ୍ୟାଚ ଖେଳିଛି । ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚ ହାରିଯାଇଥିଲା ।

{"id":128888}

ଇଂଲଣ୍ଡ ଆଉ ୨ଟି ମ୍ୟାଚ ଖେଳିବ । ଏଥିରୁ ଗୋଟିଏ ମ୍ୟାଚ ଆଜି ଭାରତ ବିପକ୍ଷରେ ଖେଳିବ ଏବଂ ଶେଷ ମ୍ୟାଚ ଜୁଲାଇ ୩ ତାରିଖରେ ନିୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ଯଦି ଇଂଲଣ୍ଡ ଏହି ୨ଟି ମ୍ୟାଚରୁ କୌଣସି ମ୍ୟାଚ ହାରିଯାଏ ତାହେଲେ ସେମିଫାଇନାଲରେ ଖେଳିପାରିବ ନାହିଁ । ଏହା ପୂର୍ବରୁ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିଥିଲା ଏବଂ ହାରିଯାଇଥିଲା । ମ୍ୟାଚ ହାରିବା ପରେ ମୋରଗଂ ଆଗାମୀ ମ୍ୟାଚ ପାଇଁ ରୋମାଞ୍ଚକ ବୟାନ ଦେଇଥିଲେ ।

{"id":128889}

 

ସେ କହିଥିଲେ ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ ହେଲେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା ହିଟମ୍ୟାନ ରୋହିତ ଶର୍ମାଙ୍କୁ ଖୁବ ଶୀଘ୍ର ଆଉଟ କରିବାକୁ ପଡିବ । କାରଣ ବର୍ତ୍ତମାନ ରୋହିତ ଶର୍ମା ଲିମିଟେଡ଼ ଓଭର ବ୍ୟାଟିଂରେ ସବୁଠାରୁ ଘାତକ ବ୍ୟାଟ୍ସମ୍ୟାନ ମଧ୍ୟରୁ ଜଣେ । ଭାରତକୁ ବିଶ୍ୱକପରେ କମାଲ ଦେଖାଇବାକୁ ହେଲେ ରୋହିତଙ୍କୁ ନିଜ କମାଲ ଦେଖାଇବାକୁ ହେବ ।

{"id":128890}

ମୋର୍ଗନ କହିଛନ୍ତି, ଆଗାମୀ ମୁକାବିଲା ପାଇଁ ଟିମ ପ୍ରସ୍ତୁତ ହେଉଛି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଆଗକୁ ଯିବାକୁ ହେଲେ ଦୁଇଟି ଯାକ ମ୍ୟାଚ ଜିତିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.