ଏହା ହେଉଛି ବିଶ୍ୱର ସବୁଠୁ ଦାମୀ ପରିବା, ଦାମ ଜାଣିଲେ ଉଡିଯିବ ହୋଶ

Published By : Prameya-News7 Bureau | April 05, 2019 IST

wp:heading {"level":5}
ଯେକୌଣସି ପରିବା ବଜାରରେ କିଲୋପ୍ରତି ସର୍ବାଧିକ ୨୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଥାଏ। କିନ୍ତୁ ଗୋଟେ କିଲୋ ପରିବା ୧୫୦୦୦ ହଜାର ଟଙ୍କା ଶୁଣିଲେ କେହି ବିଶ୍ୱାସ କରିବେ ନାହିଁ। ତେବେ ଏହା ସତ୍ୟ।  ଏହି ପରିବାର ଅନ୍ୟ ପରିବାଠୁ ଭିନ୍ନ। ହିମାଚଳ ପ୍ରଦେଶର ଜଙ୍ଗଲରେ ବସନ୍ତ ଋତୁରେ ଏହି ପରିବା ଫଳିଥାଏ।  ପ୍ରାକୃତିକ ରୂପରେ ବଢିଥିବା ଏହି ପରିବାର ନାଁ ହେଉଛି ଗୁଛି । ଏହା ବିଶ୍ୱର ସବୁଠୁ ଦାମୀ ପରିବା । ହିମାଚଳର ବିଭିନ୍ନ ସ୍ଥାନରେ ଏହାକୁ ଲୋକେ ଅଲଗା ଅଲଗା ନାଁ ଦେଇଥାନ୍ତି।
/wp:heading {"id":100481}
wp:heading {"level":5}
ଗୁଛିର ବୈଜ୍ଞାନିକ ନାଁ “ମାର୍କୁଲା ଏସକୁଲେଁଟା” । ଏହି ପରିବାର ଅନେକ ଔଷଧିୟ ଗୁଣ ରହିଛି। ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଗୁଛି ଶରୀରକୁ ସର୍ବରୋଗ ମୁକ୍ତ କରିଥାଏ।  ଏହି ପରିବା କେବଳ ୧୮ ରୁ ୨୧ ଡିଗ୍ରୀ ତାପମାତ୍ରାରେ ଫଳିଥାଏ। ଜଂଗଲ ଛଡା ଏହି ପରିବା ଅନ୍ୟ କୌଣସି ଜାଗରେ ଦେଖିବାକୁ ମିଳେନାହିଁ।
/wp:heading {"id":100482}
wp:heading {"level":5}
ଗୁଛି ଧଳା ରଂଗର ହୋଇଥାଏ। ପାହାଡି ଲୋକଙ୍କ ବିଶ୍ୱାସ ଯେ, ଏହି ପରିବା ମେଘ ଗର୍ଜିବା ସହ ଫଳିଥାଏ। ହିମାଚଳ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ ଭଳି ଥଣ୍ଡା ସ୍ଥାନରେ ହିଁ ଏହି ପରିବା ଦେଖିବାକୁ ମିଳେ। ଭିଟାମିନ ବି, ଡି, ସି ଭଳି ଔଷଧିୟ ମାତ୍ରା ଏହି ପରିବାରେ ଭରପୁର ଥାଏ। ପ୍ରକୃତରେ ଗୁଛି ଛତୁ ଭଳି ହୋଇଥାଏ। ଧଳା ରଂଗ ସହ ହଳଦିଆ ରଂଗର ଗୁଛିରେ ବହୁତ ଔଷଧିୟ ଗୁଣ ଥାଏ। ପାକିସ୍ତାନ, ଆମେରିକା, ଫ୍ରାନ୍ସରେ ଏହି ପରିବା ବେଶ ଆଦୃତ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.