ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ୧୦୩ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | April 26, 2020 IST

ଭୁବନେଶ୍ବର ୨୬।୪: ରାଜ୍ୟରେ ଥମିବାର ନାଁ ନେଉନି କରୋନା । ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ସଂପୃକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କର ଟାକ୍ରିଂ ଏବଂ ଟ୍ରେସିଂ ଜାରି ରହିଛି ।

{"id":260179,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଯାଜପୁରରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତ ସଂକ୍ରମିତ ଯାଜପୁର ଦଶରଥପୁର ଅଞ୍ଚଳର ବୋଲି ଜଣାପଡିଥିଲା । ଏହି ସମସ୍ତଙ୍କର କୋଲକାତା ଲିଙ୍କ୍ ରହିଥିବା ଜଣାପଡିଥିଲା । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ଜଣ ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ୍ ୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ ୧୦୩ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର କରୋନାଜନିତ ସଂକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର କର୍କଟ ରୋଗରେ ମୃତ୍ୟୁ ହୋଇଛି । ରାଜ୍ୟରେ ୨୨୮୧୬ ଜଣଙ୍କର ଆରଟି ପିସିଆର ଟେଷ୍ଟ ହୋଇଥିବା ବେଳେ ୪୯୭୫ ଜଣଙ୍କର ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୦୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.