ବାଘ ଛାଲ ଜବତ ଘଟଣା : ଆଉ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

Published By : Prameya-News7 Bureau | March 24, 2019 IST

କୁଚିଣ୍ଡା ୨୪|୩ : ସମ୍ବଲପୁର କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ  ୭ ଜଣଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବା ପରେ ଆଉ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ । ତେବେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ  ଯବାନ ଥିବା ମଧ୍ୟ ଜଣାପଡ଼ିଛି । ଆଜି ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଉଛନ୍ତି ନରେନ୍ଦ୍ର ପିଙ୍ଗ, ମନଫୁଲ ପ୍ରଧାନ ଓ ଅକ୍ଷୟ ଭୋଇ ।

କିଛି ଦିନ ତଳେ ୪ଟି ଚିତ୍ତାବାଘର ଚମଡ଼ା ସହ ୭ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ । ତେବେ କେଉଁ ଜଙ୍ଗଲରୁ ଓ କିପରି ବାଘ ଗୁଡ଼ିକୁ ମରାଯାଇଛି ସେ ନେଇ ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ । ସେପଟେ ବାଘ ଛାଲ ସହ ଗିରଫ ହୋଇଥିବା ଅଭିଯୁକ୍ତମାନେ ଶିକାରରେ ସିଧାସଳଖ ସଂପୃକ୍ତ ସ୍ବୀକାର କରିଥିଲେ । ତେଣୁ ସେମାନଙ୍କୁ ପଚରା ଉଚରା କରିବା ବେଳେ ଅନ୍ୟ ତିନି ଜଣଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ । ଏବେ ସେମାନଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେଇ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେ ବିଷୟରେ ତଥ୍ୟ ସଂଗ୍ରହ କରିବ  । ତେବେ ରାଜ୍ୟରେ ଗତ କିଛି ମାସ ହେଲା ଲଗାତର ବାଘ ଶିକାର ହେବା ସହିତ ବିଭିନ୍ନ ସ୍ଥାନରୁ ଜୀବଜନ୍ତୁଙ୍କ ଦେହାବଶେଷ ଜବତ ହୋଇଥିବାରୁ ଏହି ଘଟଣାକୁ ଗୁରୁତର ସହ ନେଇଛି କ୍ରାଇମବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.