Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଧରାପଡିଲେ ଆଉ ୩ ଅଭିଯୁକ୍ତ, ଗିରଫ ସଂଖ୍ୟା ୪କୁ ବୃଦ୍ଧି

20/01/2021 at 2:59 PM

କେନ୍ଦୁଝର ୨୦।୧: କେନ୍ଦୁଝରର କାଶୀପୁରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଘଟଣାରେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ଫଳରେ ଗିରଫଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାସହ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବୋଲେରୋ ଗାଡିକୁ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ରବିବାର ରାତିରେ କାଶୀପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ସହ ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପିସିସି ସଭାପତି ଅଳ୍ପକେ ବର୍ତ୍ତିଯାଇଥିଲେ । ଏକ ବୋଲେରୋରେ ଆସି ତାଙ୍କ ଗାଡିକୁ ଅଟକାଇ ତାଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ କଂଗ୍ରେସ କର୍ମୀ ଉଦ୍ଧାର କରିଥିଲେ । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଟାୟାର ଜାଳି କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଥିଲେ ।

ଘଟଣାରେ ସଂପୃକ୍ତ ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ସଂଜୟ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ଅନ୍ୟମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିବା ବେଳେ ବୁଧବାର ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଆକ୍ରମଣକୁ ନେଇ ନିରଞ୍ଜନ କହିଥିଲେ ଯେ ଏହି ଘଟଣାରେ କିଛି ରାଜନୀତି ନାହିଁ । ହେଲେ ରାତି ପାହିବା ପରେ ନିରଞ୍ଜନ ୟୁଟର୍ଣ୍ଣ ମାରିଥିବା ଚର୍ଚ୍ଚା ହୋଇଥିଲା । ଖୋଦ୍ ନିରଞ୍ଜନ ଟ୍ବିଟ୍ କରି ମଧ୍ୟ ବିଜେପି ଆଡକୁ ଆକ୍ଷେପ କରିଥିଲେ ।

   Related Posts