ବିଜେପିର ମିଶ୍ରଣ ପର୍ବ, ଶଙ୍ଖ ଓ ହାତ ଛାଡି ପଦ୍ମ ଧରିଲେ ଶତାଧିକ କର୍ମୀ

Published By : Prameya-News7 Bureau | October 02, 2021 IST

ବାଙ୍କୀ ୨।୧୦: ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁଚିଆ ଗ୍ରାମପଞ୍ଚାୟତର ମା’ ବନଦୁର୍ଗାଙ୍କ ପୀଠରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଇଁଚିଆ  ପଞ୍ଚାୟତର ଶତାଧିକ ତୁଙ୍ଗ କର୍ମୀ ଶଙ୍ଖ ଓ ହାତ ଛାଡି ଧରିଲେ ପଦ୍ମ । ଏହି ମିଶ୍ରଣ ପର୍ବକୁ ସଫଳତାର ସହିତ ପରିଚାଳନା କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଏହି ପୁଇଁଚିଆ ପଞ୍ଚାୟତକୁ ବିଜେପି ଦଖଲ କରିବ ସେ ନେଇ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ବରେ ପୂର୍ବ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।

{"id":520998,"width":754,"height":415,"sizeSlug":"full","linkDestination":"none"}

କର୍ମୀମାନେ ଯେଉଁଭଳି ଭାବେ ବୁଥ୍ ସ୍ତରରୁ ସଠିକ୍ ଭାବେ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ପଞ୍ଚାୟତବାସୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକୁ ଜନସାଧାରଙ୍କ ପାଖରେ ପହଞ୍ଚାଇବା ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରାଥମିକତା ବୋଲି ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଉପସ୍ଥିତ ରହିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇବା ସହ ଗୁରୁମନ୍ତ୍ର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.