ବିଷାକ୍ତ ମଦ ପିଇ ୧୦ରୁ ଅଧିକ ମୃତ, ଅନେକ ଗୁରୁତର

Published By : Prameya-News7 Bureau | May 28, 2020 IST

ଢାକା ୨୮।୦୫: ଚାଲିଥିବା ଇଦ୍‌ ପର୍ବ । କିନ୍ତୁ ଚାଲିଗଲା ୧୦ରୁ ଅଧିକ ଜୀବନ । ଏଭଳି ଘଟଣା ଘଟିଛି ବାଲାଂଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ।  ବାଲାଂଦେଶରେ ଇଦ୍‌ ଅବସରରେ ବିଷାକ୍ତ ମଦ ପିଇ ବିଭିନ୍ନ ସ୍ଥାନରେ ଅତିକମ୍‌ରେ ୧୦ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏହା ସହିତ ଅନେକ ଲୋକ ମଧ୍ୟ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁଇଟି ଗାଁର ଲୋକେ ଗୋଟିଏ ସ୍ଥାନରେ ବସି ଏହି ବିଷାକ୍ତ ମଦ ପିଇଥିଲେ । ଯାହାଫଳରେ ଏଭଳି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ବାଲାଂଦେଶରେ ଇଦ୍‌-ଉଲ୍‌-ଫିତର ଅବସରରେ ଉତ୍ସବର ପରିସର ଥିଲା । ଉତ୍ସବ ଅବସରରେ  ବିଷାକ୍ତ ମଦ ପିଇ ଅନେକ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ତେବେ ତିନିଦିନ ମଧ୍ୟରେ ବିଷାକ୍ତ ମଦ ପିଇ ୧୦ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

 ସେହିପରି କିଛି ଲୋକଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ମେଡିକାଲ ଆଣୁଥିବା ସମୟରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହା ସହିତ ଅନେକ ଲୋକଙ୍କ ଚିକିତ୍ସା ଜାରି ରହିଛି । ୧୦ରୁ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ସୂଚନା ମିଳିଛି । ସେପଟେ ସରକାରୀ ନ୍ୟୁଜ ଏଜେନ୍ସିର ଦାବି ଯେ, ଅଲଗା ଅଲଗା ଘଟଣାକୁ ନେଇ ମୃତ୍ୟୁ ହୋଇଛି । ଯାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଏବଂ ତଦନ୍ତ ମଧ୍ୟ ଜାରି ରହିଛି । ଏହାସହିତ ମଧ୍ୟ ଯେଉଁ ଯେଉଁ ଠାରେ ଚୋରା ମଦ କାରବାର ଚାଲିଛି । ଏହା ସବୁ ସ୍ଥାନଗୁଡିକ ଛାନ୍‌ଭିନ୍‌ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.