Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||

୧୦ରୁ ଅଧିକ ଯୁବକଙ୍କୁ ବିଦେଶ ପଠାଇ ସାରିଛି ଦଲାଲ : ପାସପୋର୍ଟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗକୁ ନୋଟିସ୍

12/09/2019 at 1:03 PM

ନୂଆଦିଲ୍ଲୀ ୧୨/୯: ୮୧ବର୍ଷ ବୟସ୍କ ବୃଦ୍ଧ ବେଶରେ ଆମେରିକା ଯାଉଥିବା ୩୨ବର୍ଷ ବୟସ୍କ ଯୁବକର ଗିରଫ ମାମଲା ଏକ ନୂଆ ମୋଡ଼ ନେଇଛି। ଦଲାଲ ନିଜ ଦଳ ସହ ପାଖାପାଖି ୧୦ରୁ ଅଧିକ ବ୍ୟକ୍ତିଙ୍କୁ ବୟସ୍କ ବେଶରେ ଆମେରିକା,ଦୁବାଇ ଏବଂ ଇଂଲଣ୍ଡ ପଠାଇସାରିଛି। ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ୍ ଗତ ବୁଧବାର କରୋଲବାଗ ସ୍ଥିତ ଏକ ହୋଟେଲରେ ପହଞ୍ଚିଥିଲା ଯେଉଁଠାରେ ଅଭିଯୁକ୍ତ ଯୁବକମାନଙ୍କୁ ବିଦେଶ ପଠାଇବା ପାଇଁ ବୟସ୍କ ବେଶରେ ସଜାଉଥିଲେ। ପୋଲିସକୁ ହୋଟେଲରୁ ଆହୁରି ଅନେକ ପ୍ରମାଣ ମିଳିଥିଲା। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି ଧନ୍ଦା ପଛରେ ଅହମଦାବାଦର ଜଣେ ଦଲାଲ ସହ ପୂରା ଦଳ କାମ କରୁଛି। ପାସପୋର୍ଟ ବିଭାଗ ସମେତ ଅନ୍ୟାନ୍ୟ କେତେକ ବିଭାଗ ମଧ୍ୟ ଯାଞ୍ଚରେ ଧରା ପଡ଼ିଛି। ଆଇଜିଆଇ ଏୟାରପୋର୍ଟ ପୋଲିସ୍ ଖୁବ୍ ଶୀଘ୍ର ସମସ୍ତଙ୍କୁ ନୋଟିସ୍ ପଠାଇବାକୁ ଯାଉଛି।

ହୋଟେଲ କର୍ମଚାରୀଙ୍କ ସହ ପଚରାଉଚୁରା କରିବାରୁ ଜଣା ପଡ଼ିଥିଲା ଯେ ଏହି ଧନ୍ଦା ପଛରେ ଏକ ଦଳ କାମ କରୁଛି। ଅଭିଯୁକ୍ତ ତାଙ୍କ ହୋଟେଲରେ ଦୀର୍ଘ ବର୍ଷରୁ ରୁମ୍ ବୁକ୍ କରିଥିଲା। ଏଠାରେ ଯୁବକମାନେ ଆସୁଥିଲେ ଏବଂ ସେମାନଙ୍କୁ ବୃଦ୍ଧ ବେଶରେ ବାହାରକୁ ଅଣା ଯାଉଥିଲା। ହୋଟେଲ କର୍ମଚାରୀମାନେ ଆହୁରି ମଧ୍ୟ କହିଥିଲେ ଯେ ବୃଦ୍ଧ ବେଶରେ ସଜାଇବା ପାଇଁ ବିଶେଷ କରି ମେକଅପ ମ୍ୟାନଙ୍କୁ ଡକାଯାଉଥିଲା। ପୋଲିସ୍ ହୋଟେଲର ରେକର୍ଡ଼ ଜବତ କରିଥିଲା ଯେଉଁଥିରେ ଲେଖା ଯାଇଥିଲା ଯେ ଅଭିଯୁକ୍ତମାନେ କେବେ କେବେ ରୁମ୍ ବୁକ୍ କରିଥିଲେ ଏବଂ କେଉଁମାନଙ୍କୁ ବାହାରକୁ ପଠା ଯାଇଥିଲା।


ଆଇଜିଆଇ ପୋଲିସର ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତ ଜୟେଶ ପଟେଲ ପଚରାଉଚୁରା କରିବାବେଳେ କହିଛି ଯେ ସେ ବିଦେଶକୁ ଯିବା ପାଇଁ ଦଲାଲଠୁ ୩୦ଲକ୍ଷ ଟଙ୍କାର ସଉଦା କରିଥିଲା। ଜୟେଶ ଆମେରିକା ଯିବା ପରେ ତା’ ପାଖକୁ ଟଙ୍କା ଆସିବାର ଥିଲା। ଜୟେଶର ଭିସା ଏବଂ ପାସପୋର୍ଟ କିପରି ହୋଇଥିଲା ସେ ନେଇ ପୋଲିସ୍ ତଦନ୍ତ ଚଳାଇଛି।


   Related Posts