ପୋଲିସ ଚଢ଼ାଉ: ୪୦ ହଜାର ଟଙ୍କାରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ ଓ ୩ ଗିରଫ

Published By : Prameya-News7 Bureau | November 03, 2021 IST

ଖଲ୍ଲିକୋଟ ୦୩/୧୧: ଖଲ୍ଲିକୋଟ ପୋଲିସ ପକ୍ଷରୁ ବିଳମ୍ବିତ ରାତିରେ ତିନୋଟି ସ୍ଥାନରେ ଚଢ଼ାଉ କରାଯାଇ ୪୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ ଶ୍ରୀକୃଷ୍ଣଶରଣପୁର ପଂଚାୟତର ଲୋଙ୍ଘର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି ।

ବିଭିନ୍ନ ପ୍ରକାରର ବେଆଇନ ବାଣ ବିକ୍ରି ଓ ତିଆରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ଖଲ୍ଲିକୋଟ ଥାନା ପକ୍ଷରୁ ତିନୋଟି ମାମଲା ରୁଜୁ ହେବା ସହ କାହ୍ନୁ ଚରଣ ସାହୁ,ନାରାୟଣ ସାହୁ ଓ ବିଦ୍ୟା ନାହାକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୪୦ହଜାରରୁ ଅଧିକ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ସୂଚନା ଥାଉକି ଏଯାବତ ବାଣ ବିକ୍ରି ନେଇ କାହାରିକୁ ଲାଇସେନ୍ସ ଦିଆଯାଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.