Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୧୨ ରାଜ୍ୟରେ ଆକ୍ଟିଭ କେସ୍ ଏକ ଲକ୍ଷରୁ ଅଧିକ, ଏହି ୫ ରାଜ୍ୟରେ କରୋନାରେ ସବୁଠୁ ଅଧିକ ମୃତ୍ୟୁ

5/05/2021 at 5:22 PM

ନୂଆଦିଲ୍ଲୀ ୦୫।୦୫: ଦେଶରେ କ୍ରମାଗତ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମିତ ଓ ମୃତ୍ୟୁକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କହିଛନ୍ତି, ମଙ୍ଗଳବାର ତୂଳନାରେ ବୁଧବାର ୨.୪ ପ୍ରତିଶତ ଅଧିକ କେସ୍ ଚିହ୍ନଟ ହୋଇଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗତ ଦିନ ତୂଳନାରେ ଅଧିକ ବଢିଛି। ଯୁଗ୍ମ ସଚିବ କହିଛନ୍ତି, ଗତ ୨୪ ଘଣ୍ଟାରେ ଦେଶରେ ୩, ୮୨, ୩୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୨ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ୭ ରାଜ୍ୟରେ ୫୦ ହଜାରରୁ ଏକ ଲକ୍ଷ ସକ୍ରିୟ ରୋଗୀ, ୧୭ ରାଜ୍ୟରେ ୫୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ପ୍ରାୟ ଦେଢ ଲକ୍ଷ ସକ୍ରିୟ କେସ୍ ରହିଛି।

ଯୁଗ୍ମ ସଚିବ କହିଛନ୍ତି, ୨୪ ରାଜ୍ୟରେ ପଜିଟିଭ୍ ହାର ୧୫ ପ୍ରତିଶତ ରହିଛି। ଅନ୍ୟପଟେ ୧୦ ରାଜ୍ୟରେ ପଜିଟିଭହାର ୨୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ, ଗୁଜରାଟ, ମଧ୍ୟ ପ୍ରଦେଶ, ତେଲଙ୍ଗାନା, ଝାରଖଣ୍ଡ, ଆଣ୍ଡାମାନ, ଲାକ୍ଷାଦ୍ଵୀପରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ଘଟିଛି। ସେହି ପରି କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ବିହାର, ଚଣ୍ଡିଗଡ, ତ୍ରିପୁରା, ଆସାମ, ହିମାଚଳ ପ୍ରଦେଶରେ କରୋନା ମାମଲା ବୃଦ୍ଧି ଘଟିଛି।

ଏହି ପାଞ୍ଚ ରାଜ୍ୟରେ ସବୁଠୁ ଅଧିକ ମୃତ୍ୟୁ

ଲବ ଅଗ୍ରଓ୍ଵାଲ କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ମୃତ୍ୟୁ ମାମଲା ଅଧିକ ସାମ୍ନାରେ ଆସିଛି। ବେଙ୍ଗାଲୁରୁରେ ଗତ ଏକ ସପ୍ତାହରେ ପ୍ରାୟ ୧.୪୯ ଲକ୍ଷ କେସ୍ ସାମ୍ନାକୁ ଆସିଛି। ଚେନ୍ନାଇରେ ୩୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କିଛି ଜିଲ୍ଲାରେ କୋଭିଡ୍ କେସ୍ ଦ୍ରୁତ ଗତିରେ ବଢିଛି। ଏଥିରେ କୋଝିକଡ, ଏର୍ଣ୍ଣାକୁଲମ, ଗୁରୁଗ୍ରାମ ସାମିଲ।

ଟିକାକରଣ ଅଭିଯାନ ବିଷୟରେ ଅଗ୍ରଓ୍ଵାଲ କହିଛନ୍ତି, ମେ ୧ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ୯ ରାଜ୍ୟରେ ସୂଚାରୁ ରୂପେ ଆରମ୍ଭ ହୋଇ ଯାଇଛି। ୧୮ ରୁ ୪୪ ବର୍ଷ ବର୍ଗର ୬.୭୧ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।

ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ କରୋନାରେ ରେକର୍ଡ ୩,୭୮୦ ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିସହ ମୃତକଙ୍କ ସଂଖ୍ୟା ୨, ୨୬, ୧୮୮କୁ ବୃଦ୍ଧି ଘଟିଛି। ଏହି ସମୟରେ ୩,୮୨,୩୧୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୬, ୬୫, ୧୪୮ରେ ପହଞ୍ଚିଛି।

   Related Posts