୨୬ ଜାନୁୟାରୀ ଦିଲ୍ଲୀ ଟ୍ରାକ୍ଟର ପରେଡରେ ଅଂଶ ଗ୍ରହଣ କରିଥିବା ୧୦୦ରୁ ଅଧିକ ଚାଷୀ ନିଖୋଜ: NGO

Published By : Prameya-News7 Bureau | January 30, 2021 IST

ଚଣ୍ଡିଗଡ଼ ୩୦।୧ :  ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ପ୍ରଦର୍ଶନରତ କୃଷକ ସଙ୍ଗଠନଙ୍କ ଟ୍ରାକ୍ଟର ପରେଡରେ ଅଂଶଗ୍ରହଣ କରିଥିବା ଶତାଧିକ ଚାଷୀ ନିଖୋଜ।  ପଞ୍ଜାବର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଚାଷୀମାନେ ଟ୍ରାକ୍ଟର ପରେଡରେ ଦିଲ୍ଲୀ ଯାଇଥିବା ବେଳେ ସେଠାରେ ହିଂସାକାଣ୍ଡ ହୋଇଥିଲା।

{"id":401190,"sizeSlug":"large","linkDestination":"none"}

ପଞ୍ଜାବ ମାନବାଧିକାର ସଙ୍ଗଠନ ନାମକ ଏହି ଏନଜିଓ ଦିଲ୍ଲୀ ଟ୍ରାକ୍ଟର ପରେଡରେ ଅଂଶଗ୍ରହଣ କରି ନିଖୋଜ ଥିବା ଲୋକଙ୍କ ଚିଠା ପ୍ରସ୍ତୁତ କରିଥିବା ବେଳେ କେବଳ ମୋଗା ତାତରୁୱାଲା ଗାଁର ୧୨ ଜଣ ଚାଷୀ ନିଖୋଜ ନେଇ ଅଭିଯୋଗ ପାଇଥିବା କହିଛି। ଟ୍ରାକ୍ଟର ପରେଡ ବେଳେ ଉପୁଜିଥିବା ହିଂସାକୁ ନେଇ ଏନଜିଓ ସମେତ ଦିଲ୍ଲୀ ଶିଖ ଗୁରୁଦ୍ୱାରା ପ୍ରବନ୍ଧନ କମିଟି, ଖଲରା ମିସନ ଓ ପନ୍ଥି ତାଲମେଲ ସଙ୍ଗଠନ ଆଦି ସଂସ୍ଥାମାନେ ଗିରଫ ଚାଷୀଙ୍କୁ ଆଇନଗତ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ତେବେ ନିଖୋଜ ଚାଷୀ ଏବେ ଚିନ୍ତାର କାରଣ ପାଲଟିଛନ୍ତି।

{"id":401191,"sizeSlug":"large","linkDestination":"none"}

୧୮ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ
ଘଟଣା ଦିନ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ହିଂସା ଲାଗି ୧୮ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳରେ ହିଂସା ଲାଗି ପୋଲିସ ଏମାନଙ୍କୁ ଗିରଫ କରିଥିଲା। ଗିରଫ ଲୋକଙ୍କ ମଧ୍ୟରୁ ୭ ଜଣ ବଙ୍ଗୀ ନିହାଲ ସିଂହ ଗାଁର ବୋଲି ଚିହ୍ନଟ ହୋଇଛନ୍ତି। ଗିରଫ ଚାଷୀମାନେ ଦିଲ୍ଲୀ ଟ୍ରାକ୍ଟର ପରେଡରେ ଯୋଗଦେବାକୁ ଗାଁରୁ ୨୩ ତାରିଖ ଦିନ ୨ଟି ଟ୍ରାକ୍ଟରରେ ବାହାରିଥିଲେ।

{"id":401192,"sizeSlug":"large","linkDestination":"none"}

୧୧ ଜଣଙ୍କୁ ଖୋଜି କାଢିଛି ଗୁରୁଦ୍ୱାରା କମିଟି
ସେହିପରି ଦିଲ୍ଲୀ ନାଙ୍ଗଲୋଇରେ ଗିରଫ ହୋଇଥିବା ୧୧ ଜଣଙ୍କୁ ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଖୋଜି ବାହାର କରିଛନ୍ତି। ଏମାନେ ସମସ୍ତେ ମୋଗା ଜିଲ୍ଲାର ଚାଷୀ। ଗିରଫ ପରେ  ସେମାନେ  ବିଚାରାଧୀନ ବନ୍ଦୀ ଭାବେ ତିହାର ଜେଲରେ ଅଛନ୍ତି।  ଗିରଫ ଅଧିକାଂଶ ଚାଷୀଙ୍କ ବିରୋଧରେ  ଦିଲ୍ଲୀ ପୋଲିସ ସାର୍ବଜନିକ ସମ୍ପତ୍ତି ହାନୀ, ପୁରାତାତ୍ୱିକ ସ୍ଥଳରେ ପ୍ରାଚୀନ କିର୍ତ୍ତି ରାଜି ନଷ୍ଟ କରିବା ଓ ମହାମାରୀ ଆଇନରେ ମୋକଦ୍ଦମା ରୁଜୁ କରିଛି।

{"id":401193,"sizeSlug":"large","linkDestination":"none"}

ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାଷୀ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ତେବେ ସାଧାରଣତନ୍ତ୍ର ଦିବସ ପରେଡରୁ ନିଖୋଜ ଲୋକଙ୍କ ସୂଚୀ ପ୍ରସ୍ତୁତ କରାଯାଉଥିବା ବିକେୟୁ (ରାଜେୱାଲ)ର ନେତା ବଲବୀର ସିଂ ରାଜେୱାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.