Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ମୁଣ୍ଡ ଗୋଟାଉଛି କରୋନା ! ପ୍ରତି ମିନିଟରେ ପ୍ରାଣ ହରାଉଛନ୍ତି ୨ ଜଣ, ଗତ ୯ ଦିନରେ ଦେଶରେ ୨୦ ହଜାରରୁ ଅଧିକ ମୃତ୍ୟୁ

28/04/2021 at 7:47 PM

ନୂଆଦିଲ୍ଲୀ ୨୮।୪:  ଏପ୍ରିଲ ଆରମ୍ଭରୁ ଭାରତରେ କରୋନା ଦ୍ୱିତୀୟ ଲହର ଅନୁଭୂତ ହେଉଛି। ତେବେ ୨୦ ତାରିଖ ପରଠାରୁ  ସଂକ୍ରମଣର ଅସଲ  ପ୍ରକୋପ ଅନୁଭୂତ ହେଉଥିବା ବେଳେ ୨୮ ତାରିଖ ସୁଧା ୯ ଦିନରେ ଭୂତାଣୁ ସାରା ଦେଶରେ୨୦ ହଜାର ଲୋକଙ୍କ ପ୍ରାଣ ନେଲାଣି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ମିଳୁଥିବା ସୂଚନାରେ ଏପ୍ରିଲରେ ଏପର୍ଯ୍ୟନ୍ତ  ହୋଇଥିବା ମୋଟ ମୃତ୍ୟୁର ୫୦ ପ୍ରତିଶତରୁ ମଧ୍ୟ ଅଧିକ ଲୋକେ ଏହି ସମୟରେ ପ୍ରାଣ ହରାଇଥିବା ଜଣାପଡିଛି। 

ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ତଥ୍ୟରେ ୧ରୁ ୨୮ ଏପ୍ରିଲ ମଧ୍ୟରେ କରୋନାରେ ଭାରତର ୩୮ ହଜାର ୨୬୦ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମନ୍ତ୍ରାଳୟଙ୍କ ଏହି ତଥ୍ୟରେ ୨୦ ଏପ୍ରିଲ ପରଠାରୁ ବୁଧବାର ପର୍ଯ୍ୟନ୍ତ  ସାରା ଦେଶରେ ୨୦ ହଜାର ୬୫୭ ଜଣ ପ୍ରାଣ ହରାଇଥିବା ସୂଚିତ କରାଯାଇଛି। ଗତ ଏକ ସପ୍ତାହ ହେଲା ଭାରତ ଦୈନିକ ମୃତ୍ୟୁ ମାମଲାରେ ନୂଆ ରେକର୍ଡ କରୁଛି। ଏଥିରେ ବୁଧବାର ମଧ୍ୟ ଦେଶରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି।

କରୋନା ସଂକ୍ରମଣରେ ଭାରତ ନୂଆ ରେକର୍ଡ କରିଛି। ଦିନକରେ ୩ଲକ୍ଷ ୬୦ ହଜାର ୯୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା  ରେକର୍ଡ ରହିଛି। ଏଥିରେ ପ୍ରଥମ ଥର ଦୈନିକ ମୃତ୍ୟୁ ମାମଲା ୩ ହଜାର ପାର କରିଯାଇଛି। ସରକାରୀ ସୂତ୍ରରୁ ମିଳୁଥିବା ସୂଚନାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ୩ ହଜାର ୨୯୩ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ହୋଇଥିବା କୁହାଯାଇଛି।

୧ରୁ ୧୩ ଏପ୍ରିଲ ମଧ୍ୟରେ ଦେଶର ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାରରୁ ତଳକୁ ରହୁଥିଲା। ତେବେ ଏପ୍ରିଲ ୧୮ ତାରିଖ ଦିନ ପ୍ରଥମ ଥର ମୃତ୍ୟୁ ସଂଖ୍ୟା ୧ହଜାର ୫୦୦କୁ ଛୁଇଁଥିଲା। ସେହିପରି ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦୈନିକ ମୃତ୍ୟୁ ହାର ୧୫ଶହରୁ କମ୍‌ ରହୁଥିଲା। ହେଲେ ୨୧ ଏପ୍ରିଲରେ ପ୍ରଥମ ଥର ଦୈନିକ ମୃତ୍ୟୁ ସଂଖ୍ୟା ୨୦୨୩କୁ ପହଞ୍ଚିଥିଲା। ତେବେ ଦୈନିକ ମୃତ୍ୟୁ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରହୁଥିବା ବେଳେ ବୁଧବାର ପ୍ରଥମ ଥର ୩ ହଜାର ପାର କରିଛି।

ବୁଧବାର ଜାରି ସୂଚନାରେ ଏବେ ଦେଶରେ କରୋନା ଯୋଗୁ ପ୍ରତି ମିନିଟ୍‌ରେ ୨ ଜଣଙ୍କର ମୃତ୍ୟୁ ହେଉଛି। ଏହା ପୂର୍ବରୁ ଗତବର୍ଷ ଜୁନ ମାସରେ ସାରା ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ପ୍ରଥମ ଥର ୨ହଜାରକୁ ପହଞ୍ଚିଥିଲା। ଚଳିତବର୍ଷ ଏପ୍ରିଲ ମାସରେ ଏପର୍ଯ୍ୟନ୍ତ ୫୭.୭୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଏଥିରୁ ୨୬.୭୬ଲକ୍ଷ କେବଳ ଏପ୍ରିଲ ୨୦ରୁ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି।

   Related Posts