Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ବ୍ୟାପୁଛି ହାଡଫୁଟି, ୧୪ରୁ ଅଧିକ ହେଲେଣି ଆକ୍ରାନ୍ତ

23/11/2019 at 12:07 PM

ତେଲକୋଇ ୨୩।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ପଞ୍ଚାୟତ ସାନକୁମୁଣ୍ଡ ଗାଁ ଜୁଆଙ୍ଗ ସାହିରେ ୧୪ଜଣରୁ ଉର୍ଦ୍ଧ୍ଵ ଲୋକ ହାଡଫୁଟିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ଶିଶୁ ମଧ୍ୟ ରହିଛନ୍ତି ।

ମାସେ ହେଲାଣି ଏହି ରୋଗରେ ଲୋକେ ଆକ୍ରାନ୍ତ ଥିବାବେଳେ କୌଣସି ଡାକ୍ତରୀ ଦଳ ସେଠାରେ ପହଞ୍ଚିନାହାନ୍ତି । ସମାକୋଇ ନଦୀର ଦୂଷିତ ଜଳ ସହିତ ନଳକୂପରୁ ବାହାରୁଥିବା ଦୂଷିତ ଜଳ ପିଇ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି ।

ସେପଟେ ସରକାର ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା କଥା କହୁଥିବା ବେଳେ ଏକ ମାସ ହେଲାଣି ଗାଁରେ ଏହି ରୋଗ ବ୍ୟାପୁ ଥିଲେ ମଧ୍ୟ କେମିତି ଜାଣିପାରିଲା ନାହିଁ ସ୍ବାସ୍ଥ୍ୟ ବିଭାଗ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts