ସିଆଚୀନରେ ୩୫ ବର୍ଷ ଭିତରେ ସହିଦ ହେଲେଣି ୯୦୦ରୁ ଅଧିକ ଭାରତୀୟ ଯବାନ, ସମସ୍ତଙ୍କ ମୃତ୍ୟୁର କାରଣ ସମାନ

Published By : Prameya-News7 Bureau | November 19, 2019 IST

ସିୟାଚୀନ୧୯/୧୧: ସୋମବାର ଦ୍ବିପହରେ ସିଆଚୀନ ଗ୍ଲେସିୟରରେ ହିମସ୍ଖଳନ ଯୋଗୁଁରେ ସେନା ପାଟ୍ରୋଲିଂ ପାର୍ଟିର ୬ ଜଣ ଯବାନ ଓ ୨ ପୋର୍ଟର  ନିଖୋଜ ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ସମ୍ନାକୁ ଆସିବା ପରେ ଅନ୍ୟ ଯବାନ ଫଶି ରହିଥିବା ସନ୍ଦେହରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା।

ସେନାର ମୁଖପାତ୍ରଙ୍କ କହିବା ଅନୁସାରେ ସିୟାଚୀନ ଗ୍ଲେସିୟର ୧୯ ହଜାର ଫିଟ୍‌ ଉଚ୍ଚରେ କାମ କରୁଥିବା ଆଠ ଜଣ କର୍ମଚାରୀଙ୍କ ଉପରେ ହିମଖଣ୍ଡ ମାଡ଼ି ଯାଇଥିଲା।  ଏହି ଘଟଣା ସଂପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଟିମ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବରଫରେ ପୋତି ରହିଥିବା ୬ ଜଣ ଯବାନ ଓ ୨ ଜଣ ପୋର୍ଟରଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୬ ଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇଜଣ ପୋର୍ଟର ବଞ୍ଚି ଯାଇଛନ୍ତି। ଯଦି ସିଆଚିନ୍‌ ଗ୍ଲେସିୟର ସହିଦ୍‌ ହୋଇଥିବା ଯବାନଙ୍କ ହିସାବ କରାଯାଏ ତେବେ..

୨୦୧୯ ମସିହା ନଭେମ୍ବର ୧୦ ତାରିଖରେ ବରଫ ମଧ୍ୟରେ ଚାପି ହୋଇ ଦୁଇଜଣ ପୋର୍ଟରଙ୍କ ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସ ୩୧ ତାରିଖରେ ହିମଖଣ୍ଡ ତଳେ ଚାପି ହୋଇ ହାବିଲ୍‌ଦାର୍ ସତ୍ୟବୀର ସିଂହଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସ ୩ ତାରିଖରେ ପଞ୍ଜାବର କୁଲଦୀପ ସିଂହଙ୍କ ମୃତ୍ୟୁ ହୋଇଥିଲା। ଠିକ୍ ଏହାର ଗୋଟିଏ ମାସ ପୂର୍ବରୁ ଅର୍ଥାତ ଚଳିତ ବର୍ଷ ଫ୍ରେବୃଆରି ମାସ ୮ ତାରିଖରେ ଜଓ୍ବାରହର ଟନେଲର ୧୦ ଜଣ ପୁଲିସ କର୍ମଚାରୀ ଗାୟବ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏବଂ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ୨୦୧୬ ମସିହା ଫ୍ରେବୃଆାରି ୩ ତାରିଖରେ ହିମଖଣ୍ଡ ଚାପି ଦେବା ଯୋଗୁଁ ୧୦ ଜଣ ଯବାନ ସହିଦ୍‌ ହୋଇଯାଇଥିଲେ। ୨୦୧୨ ମସିହା ମାର୍ଚ୍ଚ ୧୬ ତାରିଖରେ ମଧ୍ୟ ୬ ଜଣ ଯବାନ ଏହି ସିଆଚିନ୍‌ରେ ହିମସ୍ଖଳନ ଯୋଗୁଁ  ସହିଦ୍‌ ହୋଇଯାଇଥିଲେ। ୧୯୮୪ ମସିହା​ରେ ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ୍‌ରେ ଭାରତ ଯବାନଙ୍କୁ ନିୟୋଜିତ କରିଥିଲା । ଅନ୍ୟପଟେ ପାକିସ୍ତାନ ସୈନ୍ୟ ପଠାଇ ସିଆଚିନ୍‌କୁ ଅକ୍ତିଆର କରିବା ଲାଗି ଚେଷ୍ଟା କରିଥିଲା। ସେବେଠୁ ସିଆଚିନ୍‌ରେ ଯବାନଙ୍କୁ ଭାରତ ସରକାର ନିୟୋଜିତ କରି ଆସୁଛି। ୧୯୮୪ ମସିହାଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ମଧ୍ୟରେ ସିଆଚିନ୍‌ରେ ୯୦୦ ଯବାନ ସହିଦ୍‌ ହୋଇସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.