Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

୮୫ କିଲୋରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

9/07/2020 at 5:41 PM

ଭଦ୍ରକ୯/୭: ପ୍ୟାକେଟ ନୁହଁ ଏଥର ପ୍ରାୟ ୮୫ କିଲୋରୁ ଅଧିକ ପରିମାଣର ନକଲି ଜର୍ଦ୍ଦା ଜବତ। ଘର ଭିତରେ ତିଆରି ଚାଲିଥିଲା ନକଲି ଜର୍ଦ୍ଦା। ଭଦ୍ରକ ପୁରୁଣା ବଜାର ପୋଲିସ ଚଢ଼ାଉ କରି ନକଲି ଜର୍ଦ୍ଦା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ ପୁରୁଣାବଜାର ପୋଲିସ ମିର୍ଜାପୁର ଅଞ୍ଚଳରେ ଏକ ଘର ଭିତରେ ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଘର ଭିତରେ ନକଲି ଜର୍ଦ୍ଦା ପ୍ୟାକେଟ ଜବତ ହୋଇଥିଲା । ତା ସହ ଜର୍ଦ୍ଦା ତିଆରି ପାଇଁ ରହିଥିବା ନକଲି ଜର୍ଦ୍ଦା ପତି ସହ କେମିକାଲ ଓ ବିଭିନ୍ନ କମ୍ପାନୀର ଲୋଗୋ ମଧ୍ୟ ଜବତ ହୋଇଛି । ଜବତ ଜର୍ଦ୍ଦାର ଓଜନ ପ୍ରାୟ ୮୫ କିଲୋରୁ ଅଧିକ ହେବ। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁରୁଣାବଜାର ଥାନାଧିକାରୀ ଗଣେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ପୋଲିସ ଅଟକ ରଖିଛି। କିଛିଦିନ ପୂର୍ବରୁ ନକଲି ଜର୍ଦ୍ଦା ଚୋରା ଚାଲାଣ ବେଳେ ଅଭିଯୁକ୍ତଙ୍କ ସହ ଅଟୋକୁ ମଧ୍ୟ ଜବତ କରିଥିଲା ପୁରୁଣାବଜାର ପୋଲିସ ।

   Related Posts