Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଟିକାକରଣରେ ରେକର୍ଡ : ଦିନକରେ ଦେଶରେ ଦିଆଗଲା ୮୧ ଲକ୍ଷ ଭ୍ୟାକସିନ୍, ମୋଦି କହିଲେ ‘ଓ୍ବେଲ୍ ଡନ୍‌ ଇଣ୍ଡିଆ’

21/06/2021 at 9:10 PM

ନୂଆଦିଲ୍ଲୀ ୨୧/ ୦୬ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଠାରୁ ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି । ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନ ଅର୍ଥାତ ଆଜି ସାରା ଦେଶରେ ରେକର୍ଡ ସଂଖ୍ୟକ ୮୧ ଲକ୍ଷ ଡୋଜ ଭ୍ୟାକସିନ ଦିଆଯାଇଛି । ସରକାରୀ ତଥ୍ୟ ଅନୁସାରେ କେବଳ ସୋମବାର ହିଁ ଏହି ରେକର୍ଡ ତିଆରି ହୋଇଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ଭାବେ ଟିକାକରଣ ଜାରି ରହିବ ।

ସୋମବାର ଦେଶରେ ହୋଇଥିବା ଟିକାକରଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ମୋଦି ଲେଖିଛନ୍ତି, ‘ କୋଭିଡ୍ ୧୯ ବିରୁଦ୍ଧରେ ଲଢିବା ପାଇଁ ଭ୍ୟାକସିନ ହେଉଛି ଆମର ବ୍ରହ୍ମାସ୍ତ୍ର । ଟିକାକରଣ ଅଭିଯାନରେ ସାମିଲ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ । କୋଭିଡ-୧୯ ବିରୁଦ୍ଧରେ ଲଢୁଥିବା ସମସ୍ତ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ମଧ୍ୟ ଅଭିନନ୍ଦନ।’

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ସାରା ଦେଶରେ ମାଗଣା ଟିକାକରଣ କରାଯାଉଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଘୋଷଣା କରିଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଟିକାକରଣ ଗତିକୁ ଆହୁରି ତୀବ୍ର କରାଯାଇଛି । କେନ୍ଦ୍ର ସରକାର ଏବେ ଟିକା କିଣି ରାଜ୍ୟ ସରକାରମାନଙ୍କୁ ଯୋଗାଇବେ । ଦେଶବ୍ୟାପୀ ଟିକାକରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।

ଏହିକ୍ରମରେ ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ୮୦ ଲକ୍ଷ ୯୬ ହଜାର ୪୧୭ ଡୋଜ ଭ୍ୟାକସିନ ଦିଆଯାଇଛି । ଆଗାମୀ ଦିନରେ ଭ୍ୟାକସିନେସନକୁ ଆହୁରୀ ତୀବ୍ର କରାଯିବାକୁ ଲକ୍ଷ ରଖାଯାଇଛି । ଏହା ସହିତ ଭ୍ୟାକସିନ ଉତ୍ପାଦନକୁ ମଧ୍ୟ ଆହୁରି ବଢାଇବାକୁ ପ୍ରସ୍ତୁତି ଜାରି ରହିଛି ।  

   Related Posts