ମହାମାରୀ କବ୍‌ଜାରେ ୮୦ ହଜାର ଶିଶୁ, ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ : ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆକ୍ରାନ୍ତ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୦୪ : ଭାରତ​‌ରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ତୀବ୍ର ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ଶହରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନୂଆ କୋଭିଡ୍‌ ଭାରିଆଣ୍ଟ ଛୋଟ ଶିଶୁମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଥିବା ଜଣାପଡିଛି । ମାର୍ଚ୍ଚ ରୁ ଏପ୍ରିଲ ମାତ୍ର ଗୋଟିଏ ମାସ ମଧ୍ୟରେ ଦେଶରେ ପ୍ରାୟ ୮୦ ହଜାର ଶିଶୁ କରୋନା ସଂକ୍ରମିତ ହୋଇସାରିଲେଣି । ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ୭୯୬୮୮ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି ।

କରୋନା ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର । ମାର୍ଚ୍ଚ ୧ ରୁ ୪ ଏପ୍ରିଲ ମଧ୍ୟରେ ମହାରାଷ୍ଟ୍ରରେ ମୋଟ ୬୦ ହଜାର ୬୮୪ ଶିଶୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮୨ ଜଣ ଶିଶୁଙ୍କ ବୟସ ୫ ବର୍ଷରୁ କମ । ସେହିଭଳି ଛତିଶଗଡ ସ୍ଥିତି ମଧ୍ୟ ସଙ୍ଗିନ । ଛତିଶଗଡରେ ୫୯୪୦ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଉତ୍ତର ପ୍ରଦେଶରେ ୩୦୦୪ ଶିଶୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୧ ଜଣ ଶିଶୁଙ୍କ ବୟସ ୫ ବର୍ଷରୁ କମ ।

ସେହିଭଳି ଛତିଶଗଡରେ ୫୯୪୦ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୫ ବର୍ଷରୁ କମ ବୟସର ଶିଶୁଙ୍କ ସଂଖ୍ୟା ରହିଛି ୯୨୨ । କର୍ଣ୍ଣାଟକରେ ୫ ବର୍ଷରୁ କମ ୮୭୧ ସଂକ୍ରମିତ ଶିଶୁଙ୍କ ସମେତ ମୋଟ ୭୩୨୭ ଶିଶୁ ସଂକ୍ରମିତ ହୋଇସାରିଲେଣି । ରାଜଧାନୀ ଦିଲ୍ଲୀ ସ୍ଥିତି ମଧ୍ୟ ଚିନ୍ତାଜନକ ରହିଛି । ଏପ୍ରିଲ ୪ ତାରିଖ ଯାଏଁ ଦିଲ୍ଲୀରେ ୨୭୩୩ ଶିଶୁଙ୍କୁ କରୋନା ହୋଇଛି । ର୍ର୍

ବ୍ରାଜିଲରେ ବିଶ୍ବର ସବୁଠାରୁ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି । ବର୍ଷେ ମଧ୍ୟରେ ବ୍ରାଜିଲରେ ପ୍ରାୟ ୧୬୦୦ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ କ୍ଷେତ୍ରରେ ବିକଶିତ ଦେଶମାନଙ୍କ ମଧ୍ୟରେ ବ୍ରାଜିଲକୁ ଗଣାଯାଏ । କିନ୍ତୁ କରୋନା ସଂକ୍ରମଣ ଏତେ ବ୍ୟାପକ ଯେ, ଶିଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଭେଣ୍ଟିଲେଟର ମଧ୍ୟ ମିଳୁନାହିଁ । ଯାହାଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.