Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ହାଲୁକାରେ ନିଅନ୍ତୁନି ଦ୍ୱିତୀୟ ଲହର: ଏମ୍ସ ସମେତ ୬ ହସ୍ପିଟାଲର ୭୫୦ ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ

23/04/2021 at 11:42 AM

ପାଟନା ୨୩/୦୪ : କରୋନାର ଦ୍ୱିତୀୟ ଲହରରେ ବିହାର ରାଜଧାନୀ ପାଟନା ସ୍ଥିତ ଏମ୍ସ ସମେତ ରାଜ୍ୟର ୬ ପ୍ରମୁଖ ହସ୍ପିଟାଲର ୭୫୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି। ପାଟନା ଏମ୍ସ ଅଧିକ୍ଷକ ଡାକ୍ତର ଚନ୍ଦ୍ରମଣି ସିଂହ କହିଛନ୍ତି କରୋନାର ଦିତ୍ୟ ଲହରରେ ତାଙ୍କ ହସ୍ପିଟାଲର ୩୮୪ ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସଂକ୍ରମିତ ହୋଇସାରିଛନ୍ତି। ବର୍ତ୍ତମାନ ୨୨୦ ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ପାଟନା ମେଡିକାଲ କଲେଜ ହସ୍ପିଟାଲ (ପିଏମସିଏଚ)ର ୧୨୫ ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି।  

ପିଏମସିଏଚର ଅଧିକ୍ଷକ ଇନ୍ଦୁ ଶେଖର ଠାକୁର କହିଛନ୍ତି ତାଙ୍କ ହସ୍ପିଟାଲର ସଂକ୍ରମିତ ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଅଲଗା ବେଡ଼ ବ୍ୟବସ୍ଥା କରାଯାଇଛି। ପାଟନା ସ୍ଥିତ କୋଭିଡ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାୟ ୧୦୦ ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଗୟା ଜିଲ୍ଲାରେ ଥିବା ଅନୁଗ୍ରହ ନାରାୟଣ ମେଡିକାଲ କଲେଜ ହସ୍ପିଟାଲ ପ୍ରଭାରୀ ଅଧିକ୍ଷକ ଡାକ୍ତର ପ୍ରଦୀପ ଅଗ୍ରୱାଲ କହିଛନ୍ତି ତାଙ୍କ ହସ୍ପିଟାଲର ପ୍ରାୟ ୫୦ ରୁ ଅଧିକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହୋଇଛନ୍ତି।

ଏତେ ସଂଖ୍ୟାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଚିକିତ୍ସିତ ହୋଇଥିବାରୁ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଆଧାରରେ ଚିକିତ୍ସା ଜାରି ରହିଛି। ସେ କହିଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୁସ୍ଥ ହୋଇ କାମକୁ ଫେରୁଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଗୁରୁବାର ଦିନ ମଙ୍ଗଳ ପାଣ୍ଡେ ପାଟନା ରାଜେନ୍ଦ୍ର ନଗର ଚକ୍ଷୁ ହସ୍ପିଟାଲର ଗୋଟିଏ ଭାଗରେ ୧୧୫ ବେଡ଼ ବିଶିଷ୍ଟ ନିର୍ମାଣାଧୀନ କୋଭିଡ ହସ୍ପିଟାଲ ନିରୀକ୍ଷଣ କରିଥିଲେ ଓ ଉପସ୍ଥିତ ଅଧିକାରୀଙ୍କୁ ହସ୍ପିଟାଲ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts