ଟିକା ନେବାକୁ ଯୋଗ୍ୟ ୭୫ ପ୍ରତିଶତରୁ ଅଧିକ ସାଂସଦ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ସଭିଙ୍କ ବୟସ ୫୦ ବର୍ଷରୁ ଅଧିକ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪।୦୧: ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ କରୋନା ଟିକାକରଣ।  ଏହାକୁ ନେଇ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ରାଜ୍ୟ ଏବଂ ଜିଲ୍ଲାଗୁଡିକରେ ଟିକା ପହଞ୍ଚି ଯାଇଛି। ଏଥିରେ ସ୍ଵାସ୍ଥ୍ୟକର୍ମୀ, କରୋନା ଆଗଧାଡିର  ଯୋଦ୍ଧା, ୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକ ଏବଂ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମୁଖ୍ୟମନ୍ତ୍ରୀଙଯକ ସହିତ ନିଜର ସମ୍ବୋଧନରେ କହିଛନ୍ତି ପ୍ରଥମ ଦୁଇଟି ପର୍ଯ୍ୟାୟରେ ଯେଉଁ ତିନି କୋଟି ଲୋକଙ୍କୁ ଟିକାକରଣ ଦିଆଯିବ ସେମାନେ ହେଉଛନ୍ତି ସ୍ଵାସ୍ଥ୍ୟକର୍ମୀ। ପ୍ରଧାନମନ୍ତ୍ରୀ କହିଛନ୍ତି ମୋର ବ୍ୟକ୍ତିଗତ ପ୍ରସ୍ତାବ ଏହା ଯେ, ପ୍ରଥମେ କରୋନା ଯୋଦ୍ଧା ଓ ଦ୍ଵିତୀୟରେ ଆଗ ଧାଡିର ଯୋଦ୍ଧାଙ୍କୁ ଟିକା ଦିଆଯିବା ଉଚିତ୍। ଏହି ଦୁଇଟି ଶ୍ରେଣୀରେ ପ୍ରାୟ ତିନି କୋଟି ଲୋକ ଅଛନ୍ତି ଯାହାଙ୍କୁ ମାଗଣାରେ ଭ୍ୟାକସିନ ଦିଆଯିବ।

ଅନ୍ୟ ଦୁଇଟି ବର୍ଗ ହେଉଛନ୍ତି ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ କମ ବୟସର ଲୋକ। ଏହି ବର୍ଗର ଲୋକଙ୍କୁ ମିଶାଇଲେ ଏହି ସଂଖ୍ୟା ୩୦ କୋଟିରେ ପହଞ୍ଚୁଛି। କିନ୍ତୁ ମୋଦୀ କହିଛନ୍ତି, ନିର୍ବାଚିତ ପ୍ରତିନିଧି ପ୍ରାଥମିକତା ତାଲିକାରେ ରହିବେ ନାହିଁ। ହେଲେ ତଥ୍ୟ ଅନୁଯାୟୀ ଭାରତୀୟ ସାଂସଦ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ସଂପର୍କିତ ତଥ୍ୟର ବିଶ୍ଳେଷଣ କଲେ ଜଣା ପଡୁଛି ଯେ, ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଜନପ୍ରତିନିଧିଙ୍କ ବୟସ ୫୦ ବର୍ଷରୁ ଅଧିକ  ହେବ। ଏହି ପରି ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରାଥମିକତା ତାଲିକାରେ ସ୍ଵତଃପ୍ରବୃତ ଭାବେ ଏହି ରାଜନେତା ସାମିଲ ହେବେ।

ସଂସଦର ଉଭୟ ଗୃହ ଲୋକସଭାରେ ୭୨ ପ୍ରତିଶତ ଅର୍ଥାତ ୩୮୯ ସଦସ୍ୟ ଏବଂ ରାଜ୍ୟସଭାରେ ୮୦ ପ୍ରତିଶତ ଅର୍ଥାତ ୨୦୦ ସାଂସଦଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ। ଏହାର ଅର୍ଥ ସମସ୍ତ ସାଂସଦଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ପ୍ରଥମ ଥର ଟିକା ଲଗାଇବାକୁ ଯୋଗ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.