Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଶୀତଋତୁରେ ଲାଗିଆ ନିଆଁ : ଉତ୍ତରାଖଣ୍ଡରେ ୭୫ହେକ୍ଟର ଜଙ୍ଗଲ ନଷ୍ଟ

5/11/2020 at 12:54 PM

ଡେହରାଡୁନ ୫/୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ଜଙ୍ଗଲର ନିଆଁ ଉପରେ ପଡ଼ିବାରେ ଲାଗିଛି। ସେପ୍ଟେମ୍ବର ପରେ ବର୍ଷା ନ ହେବାରୁ ପାଣିପାଗ ଶୁଖିଲା ହୋଇଯାଇଛି। ଏହି କାରଣରୁ ଅକ୍ଟୋବରରୁ ଉତ୍ତରାଞ୍ଚଳର ଜଙ୍ଗଲ ହୁ ହୁ ହୋଇ ଜଳୁଛି। ଏହା ଯୋଗୁଁ ପ୍ରଥମ ଥର ଅକ୍ଟୋବରରୁ ଜଙ୍ଗଲ ନିଆଁର ମନିଟରିଂ ଆରମ୍ଭ କରାଯାଇଛି। ଗତ ଦେଢ଼ ମାସ ହେବ ୭୫ ହେକ୍ଟରରୁ ଅଧିକ ଜଙ୍ଗଲ ଜଳି ସାରିଛି ଯାହା ରେକର୍ଡ଼ ସୃଷ୍ଟି କରିଛି।

ଏବେ ସୁଦ୍ଧା ପାହାଡ଼ିଆ ଅଞ୍ଚଳରେ ୫୦ରୁ ଅଧିକ ଥର ନିଆଁ ଲାଗି ସାରିଛି। ଏଥିରେ ଅଲମୋଡ଼ା,ତ୍ୟୁନି,ଉତ୍ତରକାଶୀ,ଚମୋଲି,ପୌଡ଼ି ଆଦି ସାମିଲ ରହିଛି। ଏସବୁ କାରଣରୁ ପାଖାପାଖି ୨ଲକ୍ଷରୁ ଅଧିକ ବନ ସମ୍ପଦର କ୍ଷତି ହୋଇସାରିଛି। ଏବର୍ଷ ଫେବୃୟାରୀ ୧୫ରୁ ଜୁନ୍ ୧୫ ଯାଏଁ ୧୩୫ଥର ୧୭୨ ହେକ୍ଟର ଜଙ୍ଗଲ ଜଳିଥିଲା।

ଅଧିକାଂଶ ଅଞ୍ଚଳରେ ସେପ୍ଟେମ୍ବର ମାସରୁ ବର୍ଷା ହୋଇନାହିଁ। ପାହାଡ଼ିଆ ଅଞ୍ଚଳରେ ଧୁ ଧୁ ଖରା ହେଉଛି। ଏହି କାରଣରୁ ପାଗ ଶୁଖିଲା ହୋଇଯାଇଛି। ଏହି କାରଣରୁ ଜଙ୍ଗଲରେ ଆର୍ଦ୍ରତା ନାହିଁ। ଏହା ବ୍ୟତୀତ ଲକଡାଉନ୍ ପରେ ଲୋକଙ୍କ ସକ୍ରିୟତା ହଠାତ୍ ବଢ଼ିବାରେ ଲାଗିଛି। ଘାସ ପାଇବା ପାଇଁ ମଧ୍ୟ ଜଙ୍ଗଲରେ ଶୁଖିଲା ପତ୍ର ଜଳାଇ ଦିଆଯାଉଛି।

ଉତ୍ତରାଖଣ୍ଡରେ ଅକ୍ଟୋବର ୧ତାରିଖରୁ ଏବେ ସୁଦ୍ଧା ଗଢ଼ଓ୍ବାଲର ଜଙ୍ଗଲରେ ୫୮ଥର ଏବଂ କୁମାଉଁ ଜଙ୍ଗଲରେ ୧୧ଥର ଜଙ୍ଗଲ ଜଳିଛି।

ଏପରି ପରିସ୍ଥିତିରେ ବନ ବିଭାଗ ଜଙ୍ଗଲର ନିଆଁ ଲିଭାଇବା ପାଇଁ  ଅଗ୍ନି ପ୍ରଶମନର ଉପାୟ ଲାଗୁ କରି ଦେଇଛି। ଉତ୍ତରାଖଣ୍ଡରେ ଏଥର ସେପ୍ଟେମ୍ବର-ଅକ୍ଟୋବର ମାସରେ ବର୍ଷା ନହେବାରୁ ଜଙ୍ଗଲ ଶୁଖି ଯାଇଛି।

   Related Posts