କରୋନା ଆତଙ୍କ ବେଳେ ମାତିଛି ଝାଡା-ବାନ୍ତି: ୭୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ
21/05/2020 at 3:35 PM

ଭୁବନ୨୧/୫: କରୋନା ଲୋକେ ହନ୍ତସନ୍ତ। କରୋନା ମହାମାରୀ ପାଇଁ ଲକଡାଉନ୍ର ଚତୁର୍ଥ ପର୍ଯ୍ୟାୟ ଜାରି ରହିଥିବା ବେଳେ ପୁଣି ମାଡି ୭୦ ରୁ ଉର୍ଦ୍ଧ୍ବ ଲୋକ ଝାଡ଼ ବାନ୍ତିରେ ଶିକାର ହୋଇଛନ୍ତି। ଗୋଟେ ପଟେ କରୋନା ଛାଟରୁ ବର୍ତ୍ତି ନାହାନ୍ତି ଲୋକେ। ଅନ୍ୟପଟେ ମାଡି ବସିଛି ଝାଡାବାନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଏକତାଳୀ ପଞ୍ଚାୟତର ଲେଙ୍କା ସାହିର ୨୪ରୁ ଉର୍ଦ୍ଧ୍ବ, ମହୁଲପାଳ ପଞ୍ଚାୟତର ବିଭିନ୍ନ ସାହିର ୫୦ ରୁ ଉର୍ଦ୍ଧ୍ବ ଏବଂ ଦୟଣାବିଲ ପଞ୍ଚାୟତର ୫ରୁ ଉର୍ଦ୍ଧ୍ବ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆଜକୁ ଆଠ ଦିନ ହେବ ଝାଡ଼ାବାନ୍ତିରେ ଶିକାର ହୋଇଛନ୍ତି ଭୁବନ ବସୀ । ଏହି ଅଞ୍ଚଳରେ ଅଧିକ ମହିଳା ଝାଡା ବାନ୍ତିର ଶିକାର ହୋଇଥିବା ସୂଚନା ମିଳିଛି। ପ୍ରଶାସନ ତରଫରୁ ସମସ୍ତ ଆକ୍ରାନ୍ତଙ୍କୁ ଓଆରଏସ ପାଉଡର ଦେବା ସହ ମେଡିସିନ ମଧ୍ୟ ଯୋଗାଇ ଦିଆଯାଇଛି ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021