ଇଟାଲୀରେ ଥମିବାର ନାଁ ନେଉନି କରୋନା : ଆଉ ୬୧୫୩ ସଂକ୍ରମିତ, ମୃତ୍ୟୁସଂଖ୍ୟା ଟପିଲାଣି ୮୦୦୦

Published By : Prameya-News7 Bureau | March 27, 2020 IST

ରୋମ୍ ୨୭।୩: ଇଟାଲୀ ଏବଂ ସ୍ପେନରେ କରୋନା ଭାଇରସ୍ ଦ୍ରୁତ ଗତିରେ ମାଡିବାରେ ଲାଗିଛି । କେବଳ ଇଟାଲୀରେ ୬୧୫୩ ଜଣ ସଂକ୍ରମଣ ହୋଇଛନ୍ତି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି |

{"id":244613,"sizeSlug":"large"}

ୱାଶିଂଟନ୍‌ର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଇଟାଲୀରେ ୬,୧୫୩ ନୂଆ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଇଟାଲୀରେ ୮୦,୫୩୯ ଜଣ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଚୀନ୍ ସହିତ ସମାନ ହୋଇଛି।

{"id":244614,"width":577,"height":430,"sizeSlug":"large"}

ଇଟାଲୀର ନାଗରିକ ସୁରକ୍ଷା ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ ଗୁରୁବାର ୬୬୨ ଜଣଙ୍କର ମୃତ୍ୟୁ ହୋଇଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୮ ହଜାର ଅତିକ୍ରମ କରିଛି। କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୮୨୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଭାଇରସ୍ ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ହେଉଛି ସର୍ବାଧିକ। ଏଠାରେ ୮୦୫୮୯ ଲୋକ କରୋନା ଦ୍ବାରା ସଂକ୍ରମିତ ।

{"id":244615,"sizeSlug":"large"}

ଇଟାଲୀ ଭଳି, କରୋନା ଭାଇରସ୍ ସ୍ପେନରେ ବିପଦ ସୃଷ୍ଟି କରୁଛି | ଏଠାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ଚୀନ୍ ମୃତ୍ୟୁ ସଂଖ୍ୟା ଅତିକ୍ରମ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.