Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଦିଲ୍ଲୀରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭୨୫ ନୂତନ ସଂକ୍ରମିତ

3/11/2020 at 10:29 PM

ନୂଆଦିଲ୍ଲୀ ୦୩।୧୧: ଦେଶର ରାଜଧାନୀ ଦିଲ୍ଲୀରେ କ୍ରମାଗତ କରୋନା ସଂକ୍ରମଣର ପ୍ରକୋପ ବଢିବାରେ ଲାଗିଛି। ପୁଣି ଥରେ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ସମସ୍ତ ରେକର୍ଡ କାଟିଛି। ଦିଲ୍ଲୀରେ ଗତ କିଛି ଦିନରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ଅହେତୁକ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ଦିଲ୍ଲୀରେ ୬୭୨୫ ନୂତନ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ସେହି ପରି ଗତ ୨୪ ଘଣ୍ଟାରେ କରୋନାରେ ୪୮ ଜଣଙ୍କ ପ୍ରାଣହାନୀ ଘଟିଛି। ୩୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫୯୫୪୦ ଜଣଙ୍କ କରୋନା ଟେଷ୍ଟ  ହୋଇଛି।

ଏହା ସହିତ ଦିଲ୍ଲୀରେ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି। ଦିଲ୍ଲୀରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩, ୦୯୬ ରହିଛି। ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୩୫ ହଜାର ଅଧିକ ରହିଛି। ଦେଶର ରାଜଧାନୀରେ ବର୍ତ୍ତମାନ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୩୬,୩୭୫ ରହିଛି। ପୂର୍ବରୁ ରାଜଧାନୀରେ ଏତେ ବଡ ସଂଖ୍ୟାରେ ସକ୍ରିୟ ରୋଗୀ ନଥିଲେ।

ଦିଲ୍ଲୀରେ ସଂପ୍ରତି କରୋନା ବିକଟାଳ ରୂପ ନେବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଥଣ୍ଡାରେ ତାପମାତ୍ରା କମ ହେବାରୁ ଏହି ବାତାବରଣରେ ଭୂତାଣୁ ଅଧିକ ସମୟ ଜୀବନ୍ତ ରହିଥାନ୍ତି ଏବଂ ଏହା ସଂକ୍ରମଣକୁ ଅଧିକ ବ୍ୟାପକ କରନ୍ତି। ଉପରେ ବାୟୁ ପ୍ରଦୂଷଣ ଦିଲ୍ଲୀର ସ୍ଥିତିକୁ  ଆହୁରି ଗମ୍ଭୀର କରିପାରେ।

ଦିଲ୍ଲୀରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ବଢିବାରେ ଲାଗିଛି। ଅଦ୍ୟାବଧି କରୋନାରେ ୬୬୫୨ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଦିଲ୍ଲୀରେ କରୋନା ମୃତ୍ୟୁହାର ୧.୬୫ ପ୍ରତିଶତ ରହିଛି। ଦିଲ୍ଲୀରେ ମୃତ୍ୟୁହାର ୧.୬୫ ପ୍ରତିଶତ ରହିଥିବା ବେଳେ ସଂକ୍ରମଣହାର ୧୧.୨୯ ପ୍ରତିଶତ ରହିଛି। ସେହି ପରି ସୁସ୍ଥହାର ୮୯.୩୨ ପ୍ରତିଶତ ରହିଛି।

   Related Posts