ଆସନ୍ତାକାଲି ରାଜଧାନୀରେ ଏକାଠି ହେବେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଅଧ୍ୟାପକ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର୪|୯: ଆସନ୍ତାକଲି ରାଜଧାନରେ ଏକାଠି ହେବେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଅଧ୍ୟାପକ । ସରକାରଙ୍କ ଶିକ୍ଷାମରଣ ନୀତିକୁ ବିରୋଧ କରିବା ସହିତ ଗୁରୁଦିବସକୁ କଳା ଦିବସ ଭାବରେ ପାଳନକରିବ ମଳିତ ମଞ୍ଚ ।  ଚଳିତ ମାସ୬ ଓ ୭ ତାରିଖରେ ବିଧାୟକମାନଙ୍କ ବାସଭବନ ଘେରାଉ କରିବା ସହିତ ୧୦ ତାରିଖରେ ପ୍ରତ୍ୟକ ବ୍ଲକ ଅଫିସ ଓ ୧୭ ତାରିଖରେ ପ୍ରତ୍ୟକ ପଞ୍ଚୟତରେ ଜୋରଦାର ହେବ ପ୍ରତିବାଦ ।  ସେପଟେ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଥିବାବେଳ, ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଜାରୀରହିବ ଆନ୍ଦୋଳନ…ଚଳିତ ମାସ ୫ତାରିଖରୁ ଅନୁଦାନପ୍ରାପ୍ତ  ସମସ୍ତ ସ୍କୁଲ ଓ କଲେଜରେ ତାଲା ଝୁଲିବ । ଏପରକି ଯେଉଁ ସବୁ ସ୍କୁଲ କି କଲେଜ ଚାଲୁଥିବ,ତାକୁ ପିକେଟିଙ୍ଗ କରି ବନ୍ଦ କରାଯିବ ।  ଏଯାବତ  ସରାକର ଆଲୋଚନାକୁ ନଡ଼ାକିବା ଅତ୍ୟନ୍ତ ଦୁଖଦାୟକ ଘଟଣା  ବୋଲି କହିଛି ମଳିତ ମଞ୍ଚ । ଯାହାକୁ ନେଇ  ଅସନ୍ତୋଷ ଦେଖାଦେଲାଣି । ତେବେ ମିଳିତ ମଞ୍ଚର ଏଭଳି ନି​‌ଷ୍ପତ୍ତି ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଶ୍ନ ଉଠୁଛି । ଏଥି ପାଇଁ ସରାକରଙ୍କୁ ଦାୟୀ କରିଛି ମଳିତମଞ୍ଚ । ରାଜଧାନୀ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନକୁ ଜୋରଦାର କରାଯିବ । ​‌​‌ ହେଲେ ଦବୀପୁରଣ ନ ହେବା ପର୍ଯ୍ୟନ୍ତ  ଧାରଣାରୁ ଉଠିବାର ପ୍ରଶ୍ନ ଉଠୁ ନାହିଁ  ବୋଲି କହିଛି ମଳିତମଞ୍ଚ ।ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରାକରକୁ ଘେରିବାକୁ ବିରୋଧି ତୟାର ହେଉଥିବାବେଳ, ସେପଟେ  ବିଧାନସଭା  ବାହାରେ ମଳିତ ମଞ୍ଚ  ଦାବୀ ପୁରଣ ପାଇଁ ଜୋରଦାର ପ୍ରସ୍ତୁତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.