ହାଟରେ ପିଇଥିଲେ ଲସି, ରାତିରେ ହେଲେ ଅସୁସ୍ଥ : ୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | May 01, 2021 IST

ମାଲକାନଗିରି ୧।୫: ଲସି ପିଇ ୫୦ରୁ ଅଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ସାପ୍ତାହିକ ହାଟରେ ଲସି ପିଇବା ପରେ ଲୋକମାନେ ଅସୁସ୍ଥ ହୋଇଛନ୍ତି । ଶୁକ୍ରବାର ରାତିରେ ଅସୁସ୍ଥତା ଅନୁଭବ କରିବା ପରେ  ଶନିବାର ସକାଳୁ ସମସ୍ତଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୫୦ରୁ ଅଧିକ ଜଣ ଲସି ପିଇ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର କୁର୍ତ୍ତି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଲୋକମାନେ ସେଠାରେ ଲସି ପିଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.