ଲଣ୍ଡନରେ ଫସି ରହିଛନ୍ତି ୫୦ରୁ ଅଧିକ ଭାରତୀୟ: ଉଦ୍ଧାର ପାଇଁ ମୋଦିଙ୍କୁ କଲେ ଅପିଲ
22/03/2020 at 3:33 PM

ନୂଆଦିଲ୍ଲୀ ୨୨/୦୩ : ୫୦ରୁ ଅଧିକ ଭାରତୀୟ ଲଣ୍ଡନରେ ଫସି ରହିଛନ୍ତି| ଏମାନଙ୍କ ମଧ୍ୟରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି | ନିଜ ଦେଶକୁ ଫେରିବା ପାଇଁ ଏମାନେ ସରକାରଙ୍କୁ ଗୁହାରି କରିଛନ୍ତି | ନିଜ ଦେଶକୁ ଫେରିବା ପାଇଁ ଯେତେବେଳେ ସେମାନେ ବିମାନବନ୍ଦରକୁ ଯାଇଥିଲେ ତାଙ୍କୁ ବିମାନବନ୍ଦରକୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା | ଏଥିପାଇଁ ତାଙ୍କୁ ହାଇ କମିଶନଙ୍କ ଠାରୁ ଅନୁମତି ନେଇ ଆସିବାକୁ କୁହାଯାଇଥିଲା | ତେବେ ଏମାନଙ୍କ ମଧ୍ୟରୁ ଅନେକ ଭାରତୀୟ ହାଇ କମିଶନଙ୍କ ନିକଟକୁ ଯାଇଛନ୍ତି | ଆଉ ଜଣେ ଛାତ୍ର କହିଛନ୍ତି ଯେ ତାଙ୍କୁ ଖାଇବା ପାଇଁ ଭୋଜନ ଦିଆଯାଇଥିଲା | କିନ୍ତୁ ରହିବା ପାଇଁ ସେମାନେ କେଉଁଠାକୁ ମଧ୍ୟ ଯାଇପାରିବେ ନାହିଁ କାରଣ ତାଙ୍କ ପାଖରେ କୌଣସି ସୁବିଧା ନାହିଁ | ଭାଇରସ ଯୋଗୁଁ ବାହାରେ ରେସ୍ତୋରାଁରେ ଖାଇବା ମଧ୍ୟ ବିପଦଜନକ ବୋଲି ସେ କହିଛନ୍ତି |
ଏଚସିଆଇ ଅଧିକାରୀ କହିଛନ୍ତି ଯେ, ଆଡ଼ଭାଇଜାରୀ ଓ ଜନତା କର୍ଫ୍ୟୁ ଜାରି ସତ୍ୱେ, ମାର୍ଚ୍ଚ ୨୦ ତାରିଖରେ ପାଖାପାଖି ୬୦ ଛାତ୍ରଛାତ୍ରୀ ହାଇ କମିଶନଙ୍କୁ ନିକଟକୁ ଆସି ଭାରତ ଯିବାକୁ ଅନୁମତି ନେବାକୁ ଆସିଥିଲେ | ତେବେ ପରିସ୍ଥିତି ଦେଖି ଏଚସିଆର ଅଧିକାରୀ ତାଙ୍କୁ ବୁଝାଇଥିଲେ ଓ ଏଚସିଆରରେ ସବସିଡି ଦାମରେ ରହିବା ଓ ଖାଇବା ସୁବିଧା ଯୋଗେଇଦେବେ ବୋଲି କହିଥିଲେ | ତେବେ ଅଧାରୁ ଅଧିକ ଲୋକ ଚାଲି ଯାଇଥିଲେ କିନ୍ତୁ କିଛି ଲୋକ ଏବେ ମଧ୍ୟ ସେଠାରେ ଅଛନ୍ତି |
ଜାରି ହୋଇଥିବା ଟ୍ରାଭେଲ ଆଡ଼ଭାଇଜାରୀ ଅନୁସାରେ, ଭାରତୀୟ ପାସପୋର୍ଟ ଧାରକଙ୍କୁ ଭାରତ ଆସିବାକୁ ମନା ହୋଇଛି | ଏହି ନୂଆ ଆଡ଼ଭାଇଜାରୀ ମାର୍ଚ୍ଚ ୧୮ ତାରିଖରୁ ଲାଗୁ ହୋଇଛି | ୟୁରିପିଅନ ସଂଘ ଦେଶ, ୟୁରୋପିଆନ ଫ୍ରି ଟ୍ରେଡ଼ ଆସୋସିଏସନ ଦେଶ, ତୁର୍କୀ, ଲଣ୍ଡନ ନାଗରିକଙ୍କୁ ଭାରତ ଆସିବାକୁ ବାରଣ କରାଯାଇଛି |
ଏଚସିଆଇରେ ଶରଣ ନେଇଥିବା ଗାୟତ୍ରୀ ନାମକ ଜଣେ ଛାତ୍ରୀ କହିଛନ୍ତି ଯେ ସେ ଭାରତରେ ଅଧିକ ସୁରକ୍ଷିତ | ବିନା କୌଣସି ସର୍ତ୍ତରେ ସେ ଭାରତରେ ରହିବାକୁ ପ୍ରସ୍ତୁତ ଅଛନ୍ତି | ଭାରତରେ ସେମାନଙ୍କ ସହ ଭଲ ବ୍ୟବହାର କରାଯାଏ | ଲଣ୍ଡନରେ ଯେଉଁଭଳି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେଠାରେ ଭୟ ବାତାବରଣ ସୃଷ୍ଟି ହୋଇଛି | ସାମାନ୍ୟ ଲକ୍ଷଣ ଦେଖାଗଲେ କରୋନା ହେଲ୍ପ ଲାଇନକୁ ଫୋନ ନ କରିବାକୁ ପରାମର୍ଶ ଦିଆଯାଉଛି | ମାମଲା ଅତି ଗମ୍ଭୀର ନ ହେବା ଯାଏଁ ସେଲ୍ଫ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି |
ଲଣ୍ଡନରେ ପ୍ରଥମଥର ପାଇଁ ସୋସିଆଲ ଡିଷ୍ଟାନସିଂ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି | ଏହା ମାର୍ଚ୍ଚ ୨୦ ତାରିଖରୁ ଲାଗୁ ହୋଇଛି | ପ୍ରଧାନମନ୍ତ୍ରୀଙ୍କ ବୋରିଶ ଜନସନଙ୍କ ଅପିଲ ପରେ କ୍ଲବ, ପବ, ଜିମ ରେସ୍ତୋରାଁ, ସିନେମା ହଲ ଆଦି ବନ୍ଦ କରିଦିଆଯାଇଛି | ୟୁରୋପର ପରିସ୍ଥିତି ବର୍ତ୍ତମାନ ସବୁଠାରୁ ଭୟଙ୍କର | ୟୁରୋପ ବର୍ତ୍ତମାନ କରୋନାର କେନ୍ଦ୍ରବିନ୍ଦୁ ପାଲଟିଛି |
ଏଚସିଆର କହିଛନ୍ତି ଯେ, ଯେଉଁମାନଙ୍କ ଭିସା ଅବଧି ଶେଷ ହୋଇଯାଇଛି ସେମାନଙ୍କ ମାମଲାକୁ ମଧ୍ୟ ଗଭୀର ଭାବେ ଚିନ୍ତା କରାଯାଉଛି | ଯେଉଁ ଭାରତୀୟମାନେ ଅସୁବିଧା ପରିସ୍ଥିତିରେ ଅଛନ୍ତି ତାଙ୍କୁ ଭୋଜନ ଓ ରହିବା ବ୍ୟବସ୍ଥା ଦିଆଯିବ| ସେଠାକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖି ଭାରତୀୟ ଛାତ୍ରଛାତ୍ରୀ ନିଜକୁ ସେଠାରେ ସୁରକ୍ଷିତ ଅନୁଭବ କରୁନାହାନ୍ତି |