ଆଇଏସ୍‌ଆଇଏସ୍‌ ଆତଙ୍କବାଦୀଙ୍କ ନରସଂହାର: ୫୦ ଜଣଙ୍କ ମୁଣ୍ଡ କାଟି କଲେ ନିର୍ମମ ହତ୍ୟା

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଳୀ ୧୦/୧୧: ମୋଜାମ୍ବିକ୍‌ରେ ଆତଙ୍କବାଦୀ ରଚିଲେ ସଂହାରଲୀଳା। କିଛି ଦିନ ଭିତରେ ୫୦ ଜଣଙ୍କୁ ହତ୍ୟା କରି ଆତଙ୍କ ଖେଳାଇ ଦେଇଛନ୍ତି ଆତଙ୍କବାଦୀ । ଉତ୍ତର ମୋଜାମ୍ବିକର କାବୋ ଡେଲଗାଡୋ ଅଞ୍ଚଳରେ ଇସ୍ଲାମିକ ଷ୍ଟେଟ୍‌ (ଆଇଏସ୍‌) ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ୫୦ ଜଣ ନାଗରିକଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ନିର୍ମମ ହତ୍ୟା କରିଥିବା ସୋମବାର ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଜଣେ ପ୍ରତ୍ୟେକ୍ଷଦର୍ଶୀ ବଖାଣିଛନ୍ତି ଏହି ଛାତି ଥରା ହତ୍ୟାକାଣ୍ଡର ଦୃଶ୍ୟ। ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆତଙ୍କବାଦୀ ଏକ ଫୁଟବଲ୍‌ ପଡ଼ିଆରେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହି ପଡ଼ିଆରେ ସମସ୍ତଙ୍କ ମୁଣ୍ଡ ଅଲଗା କରିବା ସହ ଛୋଟ ଛୋଟ ଖଣ୍ଡରେ ପରିଣତ କରିଛନ୍ତି । ତେବେ ଏହି ଆତାଙ୍କବାଦୀ ଇସ୍ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ସହ ଜଡ଼ିତ ବୋଲି ମଧ୍ୟ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

କାବୋ ଡେଲଗାଡୋ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ନଥିବା ବେଳେ ଏହା ଏବେ ବି ଏକ ବିଶୃଙ୍ଖଳିତ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଛି। ଗରିବୀ ଓ ବେରୋଜଗାରକୁ ପ୍ରସଙ୍ଗ କରି ସେଠାକାର ଯୁବପୀଢ଼ୀଙ୍କୁ ହାତ କରୁଛନ୍ତି ଆତଙ୍କବାଦୀ। ସେମାନଙ୍କ ଗ୍ରୁପ୍‌ରେ ସାମିଲ ହେବାକୁ ପ୍ରେରଣା ଦେଉଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ରାତିରେ ଆତଙ୍କବାଦୀ ମାନେ ‘ଆହ୍ଲାଉ ଆକବର’ ଉଚ୍ଚାରଣ କରି ଗୁଳି ଚାଳନା କରିବା ସହ ନାଞ୍ଜବା ଗାଁର ଘର ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ।  ତେବେ ଏହି ଆକ୍ରମଣରୁ ରକ୍ଷା ପାଇଁଯାଇଥିବା ଜଣେ ବ୍ୟକ୍ତି ରାଜ୍ୟର ଏକ ଅଗ୍ରଣୀ ଗଣମାଧ୍ୟମକୁ ଏନେଇ କହିଥିବା ଜଣାପଡ଼ିଛି।

ଅକ୍ଟୋବରରେ ୟୁରିପିଆନ୍‌ ୟୁନିୟନ୍‌ ମୋଜମାମ୍ବିକକୁ ସମର୍ଥନ କରିବା ସହ ଆତଙ୍କବାଦୀଙ୍କ ଇଶାରରେ ପରିଚାଳିତା ହେଉଥିବା ବିଶୃଙ୍ଖଳିତ ଗୋଷ୍ଠୀକୁ ସାବାଡ଼ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏନେଇ ସରକାର କଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡ଼ିନାହିଁ।

ତେବେ ୨୦୧୭ରୁ  ଏହି ଗ୍ରୁପ୍‌ ଆତଙ୍କ ଖେଳାଇଥିବା ବେଳେ ଚଳିତ ବର୍ଷ ଏହାକୁ ଗତି ଦେଇଛି। ବଡ଼ ବଡ଼ ସହରକୁ କବଜା କରିବା ଲକ୍ଷରେ ଏହି ଗ୍ରୁପ୍‌ କାର୍ଯ୍ୟ କରୁଛି। ତେବେ ଏହି ଗ୍ରୁପ୍‌କୁ ଦମନ କରିବା ପାଇଁ ମୋଜାମ୍ବିକ୍‌ ସରକାର ଇୟୁକୁ ନିଜର ସେନାଙ୍କୁ ଟ୍ରେନିଂ ଦେବାକୁ ଅନୁରୋଧ କରିଥିଲା। ତେବେ ମୋଜାମ୍ବିକ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ପଶ୍ଚିମ ଆଫ୍ରିକାର ସମାନତା ଓ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଥିଲା।

ଏପ୍ରିଲ ମାସରେ ସେମାନଙ୍କ ଗ୍ରୁପ୍‌ରେ ସାମିଲ ହେବାକୁ ମନା କରିବାକୁ ୫୦ ଯୁବକଙ୍କୁ ମୁଣ୍ଡ ଛେଦନ କରିଥିଲେ ଆତଙ୍କବାଦୀ। ସେପଟେ ମାନାବଧିକାର ଗ୍ରୁପ୍‌ କିନ୍ତୁ ଦେଶର ସେନା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲା। ଏଭଳି ଗ୍ରୁପ୍‌କୁ ଦମନ କରିବା ଆଳରେ ମୋଜାମ୍ବିକ୍‌ ସେନା ମାନାବାଧିକର କ୍ଷୂର୍ଣ୍ଣ କରୁଥିବା ମାନବାଧିକାର ଗ୍ରୁପ୍‌ ଅଭିଯୋଗ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.