Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ବୃଦ୍ଧି, ଗୋଟିଏ ଦିନରେ ୫ ହଜାରରୁ ଅଧିକ ନୂଆ ମାମଲା : ୯୬ ହଜାର ଟପିଲା ସଂକ୍ରମଣ ସଂଖ୍ୟା

18/05/2020 at 10:01 AM

ନୂଆଦିଲ୍ଲୀ ୧୮/୦୫ : କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଦ୍ରୁତ ଗତିରେ ବଢି ଚାଲିଛି | ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି | ଏବେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇଛି | ଶନିବାର ଦିନ ୪ ହଜାର ୯୮୭ ମାମଲା ଆସିଥିଲା | ଏବେ ସୁଦ୍ଧା ୩ ହଜାରରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି | ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ୧୬୯ ରେ ପହଞ୍ଚିଛି |

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ପାଇଛି | ରବିବାର ଦିନ ମହାରାଷ୍ଟ୍ରରେ ୨ ହଜାର ୩୪୭ ନୂଆ ମାମଲା ସାମ୍ନାକୁ ଆସିଥିଲା | ପ୍ରଥମଥର ପାଇଁ କୌଣସି ଗୋଟିଏ ରାଜ୍ୟରେ ୨ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | କେବଳ ମୁମ୍ବାଇରେ ୧୫୯୫ କରୋନା ପଜିଟିଭ ହୋଇଛନ୍ତି | ମେ ୧୦ ରୁ ୧୪ ତାରିଖ ମଧ୍ୟରେ ମୁମ୍ବାଇରେ ୫୯୦ କରୋନା ପଜିଟିଭ ହୋଇଥିଲେ | ମହାରାଷ୍ଟ୍ର ଔରଙ୍ଗାବାଦରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଛି |

୨୪ ଘଣ୍ଟାରେ କେବଳ ମହାରାଷ୍ଟ୍ରରେ ୬୩ ଜଣଙ୍କ ମୃତ୍ୟୁ ହୋଇଛି | ସେଥିରୁ କେବଳ ମୁମ୍ବାଇର ୩୮ ଜଣ ପ୍ରାଣ ହରାଇଛନ୍ତି | ରବିବାର ଦିନ ଗୁଜରାଟରେ ୩୮ ଜଣ ପ୍ରାଣ ହରାଇଛନ୍ତି | ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀ ୧୯ ଜଣଙ୍କର ମୃତ୍ୟୁ ହୋଇଛି | ଦେଶର ପ୍ରତ୍ୟେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | 

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୧୨ ନୂଆ ମାମଲା ସାମ୍ନାକୁ ଆସିଛି | ତାମିଲନାଡୁରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୯ ନୂଆ ମାମଲା ସାମ୍ନାକୁ ଆସିଛି | ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରି ସାରିଛି |

   Related Posts