ଦେଶରେ ୫ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା : ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭/୦୬ : ଦେଶରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି  | ଦେଶରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରେ ପହଞ୍ଚିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଶନିବାର ଦିନ ଜାରି ହୋଇଥିବା ତାଲିକା ଅନୁସାରେ ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା ସାମ୍ନାକୁ ଆସିଛି | ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୨୪୪ ଜଣ ସୁସ୍ଥ ହୋଇଛନ୍ତି | ଆଇସିଏମଆର ଅନୁଯାୟୀ ଦେଶରେ ଏବେ ସୁଦ୍ଧା ୭୯ ଲକ୍ଷ ୯୬ ହଜାର ୭୦୭ ଜଣଙ୍କ କରୋନା ଯାଞ୍ଚ ହୋଇସାରିଛି | ୨୪ ଘଣ୍ଟାରେ ୨ ଲକ୍ଷ ୨୦ ହଜାର ୪୭୯ ଜଣଙ୍କ ନମୁନା ଯାଞ୍ଚ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ ମାମଲା ରହିଛି, ୨ ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି |

ଦେଶରେ ଏବେ ସୁଦ୍ଧା ଯାଞ୍ଚ ହୋଇଥିବା ନମୁନାରୁ ୫ ଲକ୍ଷ ୮ ହଜାର ୯୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଦେଶରେ ପଜିଟିଭ ହାର ୮.୪୧ ପ୍ରତିଶତ ରହିଛି | ଅପରପକ୍ଷରେ ଆକ୍ଟିଭ ମାମଲା ଓ ସୁସ୍ଥ ଲୋକଙ୍କ ସଂଖ୍ୟା ୯୮ ହଜାର ୪୯୩ ମାମଲାର ଅନ୍ତର ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁସାରେ ଆଣ୍ଡାମାନ ନିକୋବରରେ ୭୨, ଆନ୍ଧ୍ର ପ୍ରଦେଶରେ ୧୧ ହଜାର ୪୮୯, ଅରୁଣାଚଳ ପ୍ରଦେଶରେ ୧୭୨, ଆସାମରେ ୬୬୦୭, ବିହାରରେ ୮୭୧୬, ଛତିଶଗଡ଼ରେ ୨୫୪୫, ଦିଲ୍ଲୀରେ ୭୭ ହଜାର ୨୪୦, ଗୋଆରେ ୧୦୩୯, ଗୁଜରାଟରେ ୩୦ ହଜାର ୯୫, ହରିୟାଣାରେ ୧୨ ହଜାର ୮୮୪, ଜାମ୍ମୁ କାଶ୍ମୀରରେ ୬ ହଜାର ୭୬୨, ଝାରଖଣ୍ଡରେ ୨୨୯୦, କର୍ଣ୍ଣାଟକରେ ୧୧ ହଜାର ୫, କେରଳରେ ୩ ହଜାର ୮୭୬, ଲଦାଖରେ 946, ମଧ୍ୟ ପ୍ରଦେଶରେ ୧୨ ହଜାର ୭୯୮, ମହାରାଷ୍ଟ୍ରରେ ୧ ଲକ୍ଷ ୫୨ ହଜାର ୭୬୫, ଓଡିଶାରେ ୬ ହଜାର ୧୮୦, ରାଜସ୍ଥାନରେ ୧୬ ହଜାର ୬୬୦, ପଞ୍ଜାବରେ ୪ ହଜାର ୯୫୭, ତାମିଲନାଡୁରେ ୭୪ ହଜାର ୬୨୨, ଉତ୍ତର ପ୍ରଦେଶରେ ୨୦ ହଜାର ୯୪୩, ପଶ୍ଚିମବଙ୍ଗରେ ୧୬ ହଜାର ୧୯୦ ମାମଲା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.