Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଗୋଟିଏ ଦିନରେ ୪୫ ହଜାର ୭୨୦ ନୂଆ ମାମଲା, ୧୧୨୯ ଜଣଙ୍କ ମୃତ୍ୟୁ

23/07/2020 at 11:14 AM

ନୂଆଦିଲ୍ଲୀ ୨୩/୦୭ : ଦେଶରେ କରୋନା ମାମଲା ୧୨ ଲକ୍ଷରୁ ଅଧିକ ହେଲାଣି | ବୁଧବାର ଦିନ ସର୍ବାଧିକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୪୫ ହଜାର ୭୨୦ ନୂଆ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୧୧୨୯ ଜଣଙ୍କ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ୧୨ ଲକ୍ଷ ୩୮ ହଜାର ୬୩୫ ମାମଲା ରହିଛି | ସେଥିରୁ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ଟିଭ ମାମଲା ରହିଥିବାବେଳେ ୭ ଲକ୍ଷ ୮୨ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି |

ମହାରାଷ୍ଟ୍ରରେ ବୁଧବାର ଦିନ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ପୁଣେରୁ ସବୁଠାରୁ ଅଧିକ ୩୬୦୬ ମାମଲା ଆସିଥିବାବେଳେ ମୁମ୍ବାଇରୁ ୧୩୧୦ ମାମଲା ସାମ୍ନାକୁ ଆସିଥିଲା | ପୁଣେରେ ଏବେ ସୁଦ୍ଧା ୬୩ ହଜାର ୩୫୧ ଓ ମୁମ୍ବାଇରେ ୧ ଲକ୍ଷ ୪ ହଜାର ୬୭୮ ସଂକ୍ରମିତ ହୋଇଛନ୍ତି | ସଙ୍ଗଲିରେ ଜୁଲାଇ ୨୨ ତାରିଖ ରାତି ୧୦ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲକଡାଉନ କରାଯାଇଛି | ଉତ୍ତର ପ୍ରଦେଶରେ ଜୁଲାଇ ମାସରେ ଏବେ ସୁଦ୍ଧା ୨୨ ଦିନରେ ୩୨ ହଜାର ୬୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ICMR ଜାରି କରିଥିବା ତାଲିକା ଅନୁଯାୟୀ, ବୁଧବାର ଦିନ ଭାରତରେ ୩ ଲକ୍ଷ ୫୦ ହଜାର ୮୧୩ କରୋନା ଟେଷ୍ଟ ହୋଇଥିଲା | ଦେଶରେ ଏବେ ସୁଦ୍ଧା ୧ କୋଟି ୫୦ ଲକ୍ଷ ୭୫ ହଜାର ୩୬୯ କରୋନା ଟେଷ୍ଟ ହୋଇଛି | ଦେଶରେ ବର୍ତ୍ତମାନ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ଟିଭ ମାମଲା ରହିଛି | 

କରୋନା ସଂକ୍ରମଣ ମାମଲାରେ ଭାରତ ଦୁନିଆର ତୃତୀୟ ସ୍ଥାନରେ ଅଛି | ପ୍ରଥମ ସ୍ଥାନରେ ରହିଛି ଆମେରିକା | ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ୮୭୫ରେ ପହଞ୍ଚିଛି | ଦ୍ୱିତୀୟ ସ୍ଥାନରେ ଅଛି ବ୍ରାଜିଲ | ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୩୧ ହଜାର ୮୭୧ରେ ପହଞ୍ଚିଛି | ଯଦି ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ମାମଲା ଓ ମୃତ୍ୟୁହାର ଦେଖାଯାଏ ତାହେଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି |

   Related Posts