Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଘାତକ ରୂପ ନେଲାଣି କରୋନା: ଦେଶରେ ମାତ୍ର ଗୋଟିଏ ମାସରେ ୪୫ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ, ସଚେତନ ରହିବା ନିହାତି ଆବଶ୍ୟକ

30/04/2021 at 1:22 PM

ନୂଆଦିଲ୍ଲୀ ୩୦/୦୪ : ଦେଶରେ କରୋନା ଭାଇରସ ଜନତାଙ୍କ ଚିନ୍ତା ବଢ଼ିଛି। ମାତ୍ରା ଗୋଟିଏ ମାସ ମଧ୍ୟରେ ଦେଶରେ ୪୫ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ଷେ ଭିତରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ସଂକ୍ରମଣ ଏବେ ବି ଥମିବାର ନାଁ ନେଉନାହିଁ। ପ୍ରତିଦିନ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଉଛି କରୋନା।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏପ୍ରିଲ ୧ ତାରିଖରେ କୁହାଯାଇଥିଲା ଯେ ଦେଶରେ ମୋଟ ୧ ଲକ୍ଷ ୬୨ ହଜାର ୯୨୭ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଏପ୍ରିଲ ୩୦ ତାରିଖ ସୁଦ୍ଧା ଅର୍ଥାତ ଗୋଟିଏ ମାସରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି। ଗୋଟିଏ ମାସରେ ୪୫ ହଜାର ୪୦୩ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଗତ ମାସରେ ଅର୍ଥାତ ମାର୍ଚ୍ଚ ମାସରେ ୫ ହଜାର ୭୭୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏପ୍ରିଲ ମାସରେ କରୋନା ନିଜର ଘାତକ ରୂପ ଦେଖାଇଛି।

ଦେଶରେ ଏବେ ସୁଦ୍ଧା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅନୁମାନ ଅନୁଯାୟୀ, ଦେଶରେ ଯେଉଁ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି ଖୁବ ଶୀଘ୍ର ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ପାର କରିବ। ୨୦୨୦ ଡିସେମ୍ବର ୧୯ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ପାର ହୋଇଥିଲା। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିଥିଲା। ଅଗଷ୍ଟ ୨୩ ତାରିଖରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ ଓ ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ ପାର କରିଥିଲା। ଡିସେମ୍ବର ୧୯ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ପାର କରିସାରିଥିଲା ଓ ଏପ୍ରିଲ ୧୯ରେ ଦେଢ଼ କୋଟିରୁ ଅଧିକ ହୋଇସାରିଥିଲା।

ଗତ ୨୪ ଘଣ୍ଟାରେ ଦେଶରେ ୩୪୯୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୭୭୧, ଦିଲ୍ଲୀରେ ୩୯୫, ଉତ୍ତର ପ୍ରଦେଶରେ ୨୯୫, କର୍ଣ୍ଣାଟକରେ ୨୭୦, ଛତିଶଗଡ଼ରେ ୨୫୧, ଗୁଜରାଟରେ ୧୮୦, ରାଜସ୍ଥାନରେ ୧୫୮, ଝାରଖଣ୍ଡରେ ୧୪୫, ପଞ୍ଜାବରେ ୧୩୭, ତାମିଲନାଡୁରେ ୧୦୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ମୃତକଙ୍କ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ ଲୋକ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।

   Related Posts