ମିଠା ଖାଇ ୪୫ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | January 29, 2020 IST

ସୁବର୍ଣ୍ଣପୁର ୨୯।୧: ସୁବର୍ଣ୍ଣପୁର ଜିଲ୍ଲା କଲାପଥର ଗାଁରେ ଥିବା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ମିଠା ଖାଇ ବିଦ୍ୟାଳୟର ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ମିଠା ବିଷାକ୍ତ କାରଣରୁ ପିଲାମାନେ ଅସୁସ୍ଥ ହୋଇଥିବା ଜଣାପଡିଛି ।  ଛାତ୍ରଛାତ୍ରୀମାନଙ୍କୁ ଝାଡା ଓ ବାନ୍ତି ହେଉଥିବାବେଳେ କିଛି ଛାତ୍ରଛାତ୍ରୀ ଗୁରୁତର ହୋଇ ପଡିଥିବା ଦେଖିବାକୁ ମିଳିଛି । 

{"id":217271,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ କେହି ଜଣେ ଭିନ୍ନକ୍ଷମ ବିଦ୍ୟାଳୟରେ ଜନ୍ମଦିନ ପାଇଁ ଘରେ ତିଆରି ମୁଗ ବରା ଓ ମିଠା ବଣ୍ଟନ କରିଥିଲେ । ମିଠା ଖାଇ ସାରିବା ପରେ ୪ଟା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ବାନ୍ତି ହୋଇଥିଲା । ପରେ ଆଉ କିଛି ଛାତ୍ରଛାତ୍ରୀ ଝାଡାରେ ଆକ୍ରାନ୍ତ ହୋଇଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଅଟୋ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ପରେ ପରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହେବା ସହ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।

{"id":217272,"sizeSlug":"large"}

ତେବେ ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବାବେଳେ ଚିକିତ୍ସା ଜାରି ରହିଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ପଣ୍ଡା ଏବଂ ଏସପି ଦେବୀ ପ୍ରସାଦ ଦାସ ଡାକ୍ତରଖାନା ଯାଇ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.