Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜାନୁଆରୀରୁ ଏ ପର୍ଯ୍ୟନ୍ତ ବରବାଦ ହୋଇ ସାରିଛି କରୋନା ଭ୍ୟାକସିନର ୪୪ ଲକ୍ଷରୁ ଅଧିକ ଡୋଜ୍, RTIରୁ ବଡ ଖୁଲାସା

20/04/2021 at 4:45 PM

ନୂଆଦିଲ୍ଲୀ ୨୦।୦୪: ଦେଶରେ କୋଭିଡ୍-୧୯ ଭ୍ୟାକସିନର ଅଭାବ କାରଣରୁ ଟିକାକରଣ ଅଭିଯାନ ପ୍ରଭାବିତ ହୋଇଛି। ସ୍ଥିତିର ମୁକାବିଲା ପାଇଁ ସରକାର ଟିକା ଉତ୍ପାଦନ ବୃଦ୍ଧି ଉପରେ ଜୋର ଦେଇଛନ୍ତି। ଏହା ମଧ୍ୟରେ ଆରଟିଆଇରୁ ଚକିତ କରି ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦେଶରେ ଏ ପର୍ଯ୍ୟନ୍ତ ୪୪ ଲକ୍ଷରୁ ଅଧିକ ଭ୍ୟାକସିନର ଡୋଜ୍ ବରବାଦ ହୋଇ ସାରିଛି।

ସୂଚନା ଅଧିକାର ଆରଟିଆଇ ଆଧାରରେ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୪୪ ଲକ୍ଷରୁ ଅଧିକ ଡୋଜ୍ ବରବାଦ ହୋଇ ସାରିଛି। ସବୁଠୁ ଅଧିକ ଟିକା ଅପଚୟ ତାମିଲନାଡୁରେ ହୋଇଛି। ଏହି ରାଜ୍ୟରେ ୧୨.୧୯ ପ୍ରତିଶତ ଟିକା ନଷ୍ଟ ହୋଇ ସାରିଛି। ଏହା ପଛକୁ ରହିଛି ହରିୟାଣା(୯.୭୪ ପ୍ରତିଶତ), ପଞ୍ଜାବ(୮.୧୨ ପ୍ରତିଶତ), ମଣିପୁର(୭.୮ ପ୍ରତିଶତ) ଓ ତେଲେଙ୍ଗାନା(୭.୫୫ ପ୍ରତିଶତ)।

ଟିକା ଅପଚୟ ହେବାର କାରଣ

ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରାରମ୍ଭରେ ଟିକା ଅପଚୟ ହେବାର କାରଣ, ଟିକା ନେବାକୁ କମ ସଂଖ୍ୟାରେ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ। ଟିକାର ଗୋଟିଏ ଭାୟଲରେ ୧୦ ରୁ ୧୨ ଡୋଜ୍ ରହିଥାଏ। ଭାୟଲ ଖୋଲିବା ପରେ ଯଦି ଏକ ନିର୍ଦ୍ଧାରିତ ସମୟ ଭିତରେ ଅର୍ଥାତ ପ୍ରାୟ ଅଧା ଘଣ୍ଟା ମଧ୍ୟରେ ଟିକା ଲଗା ନଯାଏ ତେବେ ଏହା ନଷ୍ଟ ହୋଇଯାଇଥାଏ।

ଏହି ରାଜ୍ୟରେ ସବୁଠୁ କମ ଅପଚୟ

ଖବର ଅନୁଯାୟୀ, ଆଣ୍ଡାମାନ ଓ ନିକୋବର, ଡାମନ ଡିଉ, ଗୋଆ, ହିମାଚଳ ପ୍ରଦେଶ, କେରଳ, ଲାକ୍ଷାଦ୍ଵୀପ, ମିଜୋରାମ ଓ ପଶ୍ଚିମବଙ୍ଗରେ ଟିକାର ସବୁଠୁ କମ ଅପଚୟ ହୋଇଛି।

ସୂଚନାଯୋଗ୍ୟ, ଦେଶରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କ ଟିକାକରଣ କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ବ୍ୟାପକ ମାତ୍ରାରେ ଟିକାର ଆବଶ୍ୟକତା ରହିଛି। ଦେଶରେ ଟିକା ପ୍ରସ୍ତୁତ କରୁଥିବା ଦୁଇ କମ୍ପାନୀ ଦ୍ଵାରା ଟିକାର ଚାହିଦା ପୂରଣ କରାଯାଇ ପାରିବ ନାହିଁ। ତେଣୁ ସରକାର ବିଦେଶୀରୁ ଟିକା ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି।

   Related Posts