ବିଜେପିର ଦଳୀୟ ବିଶୃଙ୍ଖଳା ନେଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୪୦ରୁ ଉର୍ଦ୍ଧ୍ବ କର୍ମୀ

Published By : Prameya-News7 Bureau | October 07, 2021 IST

ନିଶ୍ଚିନ୍ତକୋଇଲି ୭।୧୦: ମାହାଙ୍ଗା ନିର୍ବାଚନମଣ୍ଡଳୀ ବିଜେପିରେ ଦଳୀୟ ବିଶୃଙ୍ଖଳା ଓ ପଞ୍ଚାୟତସ୍ତରୀୟ କର୍ମୀମାନଙ୍କୁ ନିର୍ବାଚନମଣ୍ଡଳୀ ବିଜେପି ନେତା ଶ୍ରୀମାନ ସାରଦା ପ୍ରଧାନ ଉପେକ୍ଷା କରୁଥିବା ଅଭିଯୋଗ । ନିଶ୍ଚିନ୍ତକୋଇଲି ବ୍ଲକ ୨୭ନମ୍ବର ଜୋନର ୪୦ରୁ ଉର୍ଦ୍ଧ୍ବ କର୍ମୀ କଟକ ଜିଲ୍ଲା ବିଜେପି ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ବରେ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଶୁତୋଷ ତ୍ରିପାଠୀ ଓ ଅନ୍ୟ କର୍ମୀମାନେ କଟକ ଜିଲ୍ଲା ବିଜେପି ସଭାପତିଙ୍କୁ ପତ୍ର ଯୋଗେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ତେବେ ଇସ୍ତଫା ଦେଲାପରେ କର୍ମୀମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ  କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଆଶୁତୋଷ ତ୍ରିପାଠୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.