ପୂଜା ପୂର୍ବରୁ ଖୋଲିବ ୪୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ: କଡ଼ାକଡ଼ି ପାଳନ କରାଯିବ କୋଭିଡ୍ ଗାଇଡ୍‌ଲାଇନ୍

Published By : Prameya-News7 Bureau | August 28, 2020 IST

ଭୁବନେଶ୍ବର୨୮/୮:  କୋଭିଡ୍ କଟକଣାକୁ ନେଇ ଗଲା ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ରାଜ୍ୟର ଇକୋଟୁରିଜିମ୍ ସେଣ୍ଟରଗୁଡ଼ିକୁ ଖୋଲିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୂଜା ପୂର୍ବରୁ ୪୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ ଖୋଲିବ । ତେବେ ଏସବୁ ସ୍ଥାନରେ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଛି । ପୂଜା ପୂର୍ବରୁ ରାଜ୍ୟର ୪୦ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି।

୪୦ ଇକୋଟୁରିଜିମ୍ ସ୍ପଟର ଚାଲିଛି ରିନୋଭେସନ୍।କରୋନା ପାଇଁ ଗଲା ୫ ମାସ ହେଲା ବନ୍ଦ ରହିଛି ପର୍ଯ୍ୟଟନସ୍ଥଳୀ।ଏନେଇ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ।  ଟୁରିଷ୍ଟଙ୍କ ଆଗମନକୁ ଦୃଷ୍ଟିରେ ରଖି ପୂଜା ପୂର୍ବରୁ ରାଜ୍ୟର ୪୦ରୁ ଅଧିକ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ହୋଇଛି ।

ତେବେ ପ୍ରାକୃତିକ ପରିବେଶ ଭରା ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଆରମ୍ଭ ହୋଇଗଲାଣି କାମ।  ଚିଲିକା, ସାତକୋଶିଆ, ସିମିଳିପାଳ, ଭିତର କନିକା, ଦାରିଙ୍ଗବାଡ଼ି ସମେତ ୪୦ଟି ଇକୋ ଟୁରିଜିମ୍ ସ୍ପଟର ରିନୋଭେସନ୍ ଦାୟିତ୍ବ ଏଲଆଇଟିଟିଏମ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ଦିଆଯାଇଥିବା ବେଳେ ଏଥିରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇ ନିୟୋଜିତ କରାଯାଇଛି । କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି ଗଲା ୫ମାସ ହେଲା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବନ୍ଦ ରଖାଯାଇଥିଲା । ତେବେ ପୂଜା ଛୁଟିରେ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଅକ୍ଟୋବର ପ୍ରଥମ ସପ୍ତାହରେ ଏସବୁ ପର୍ଯ୍ୟଟନସ୍ଥଳୀକୁ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.