ଦୁଇ ବସ୍ ମୁହାଁମୁହିଁ ଧକ୍କା, ୪୦ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | January 28, 2020 IST

ଦେବଗଡ ୨୮।୧: ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":216878,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ଦେବଗଡ ଥାନା ୪୯ନମ୍ବର ଜାତୀୟ ରାଜପଥର ପୁରୁଣାଗଡଠାରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବସର ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝରରୁ ଝାରସୁଗୁଡା ଯାଉଥିବା ‘ଶ୍ରୀଲକ୍ଷ୍ମୀ’ ବସ୍ ଓ ବରଗଡ ଜିଲ୍ଲା ଝାରବନ୍ଧ ଥାନା ଶିକାରିପାଲୀ ଗ୍ରାମରୁ ପର୍ଯ୍ୟଟକ ନେଇ ଯାଉଥିବା ‘ବର୍ଷା’ ନାମକ ବସ୍ ମଧ୍ୟରେ ପୁରୁଣାଗଡଠାରେ ଭୋର ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

{"id":216879,"sizeSlug":"large"}

ବରଗଡ ଜିଲ୍ଲା ଝାରବନ୍ଧ ଥାନା ଶିକାରୀପାଲୀ ଗ୍ରାମର କିର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ୭ ଦିନ ପାଇଁ ବୁଲିବାକୁ ପୁରୀ ଯାଉଥିବାବେଳେ ଦେବଗଡ ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ବସର ପ୍ରାୟ ୪୦ଜଣ ଯାତ୍ରୀ  ଆହତ ହୋଇଥିବା ବେଳେ ସମସ୍ତଙ୍କୁ  ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.