Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

୫୦ କୁକୁର ଛଟପଟ ହୋଇ ମଲେ : ଛେଳି ମୃତ୍ୟୁର ପ୍ରତିଶୋଧ ନେବାକୁ ମାଂସରେ ବିଷ ଗୋଳାଇ ମାରିଲେ, ଥାନାରେ ଏତଲା

25/06/2020 at 7:51 AM

ନିଶ୍ଚିନ୍ତକୋଇଲି ୨୫।୬: ବିଷ ଦେଇ ମାରିଦେଲେ କୁକୁର । ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୪୦ରୁ ୫୦ ବୁଲା ଓ ପୋଷା କୁକୁରକୁ ମାରି ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଭଉଁରିଆ ପଞ୍ଚାୟତ ନହଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛେଳିକୁ କୁକୁର କାମୁଡ଼ି ଦେବାରୁ ପ୍ରତିଶୋଧ ପରାୟଣ ହୋଇ ମାଂସରେ ବିଷ ମିଶାଇ ସେହି ଗାଁର ଦୁଇ ଜଣ ବ୍ୟକ୍ତି ଗାଁର ବିଭିନ୍ନ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେଇଥିଲେ । ଫଳରେ ଏହି ବିଷାକ୍ତ ଖାଦ୍ୟ ଖାଇ ୪୦ରୁ ୫୦ ଟି କୁକୁର ମରି ଯାଇଥିଲେ ।

ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିଥିବାରୁ ପଂଚାୟତର ସରପଂଚ ଏକ ଲିଖିତ ଏତଲା ମାହାଙ୍ଗା ଥାନାରେ ଦେଇଛନ୍ତି । ପରେ ପୋଲିସ ସଂପୃକ୍ତ ବିଷ ଦେଇଥିବା ବ୍ୟକ୍ତିମାନଙ୍କୁ ଖୋଜାଖୋଜି କରୁଥିଲେ ସୁଦ୍ଧା ସେମାନେ ଘରୁ ଫେରାର ହୋଇଯାଇଥିବା ଜଣାପଡିଛି।

   Related Posts