Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦାହ ପାଇଁ କାଠ ନମିଳିବାରୁ ଗଙ୍ଗାରେ ଶବ ଫିଙ୍ଗୁଛନ୍ତି ଲୋକେ, ୪୫ ମୃତ ଶରୀର ମିଳିବା ପରେ ଚାଞ୍ଚଲ୍ୟ

10/05/2021 at 7:13 PM

ବକ୍ସର ୧୦।୦୫: ସରକାରୀ କାଗଜରେ କରୋନାରେ ମୃତକଙ୍କ ସଂଖ୍ୟା ହେରଫେର ସମ୍ଭବ। ମାତ୍ର ବିହାରର ବକ୍ସରର ଚୌସାରେ ଗଙ୍ଗା ନଦୀର ମହାଦେବ ଘାଟରେ ବହି ଆସିଥିବା କୁଢ କୁଢ ଶବ ଏହା ଦର୍ଶାଇ ଦେଉଛି ଯେ, କରୋନାର ଦ୍ଵିତୀୟ ଲହରରେ ସ୍ଥିତି କେତେ ଭୟାନକ ରହିଛି। ନଦୀରେ ଶବ ଏମିତି ବହିବା ମାନବ ଜାତିକୁ ମର୍ମାହତ ସହ ଲଜ୍ଜିତ କରିଛି। ଏସବୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ କରୋନା ସଂକ୍ରମଣ ପରି ଦେଶରେ ରାଜନୀତି କମ ଥମିବାର ନାଁ ଧରୁନାହିଁ।

ଜିଲ୍ଲା ପ୍ରଶାସନ ଏହି ମାମଲାରେ ରୋକ୍‌ ଠୋକ୍ ଜଣାଇ ଦେଇଛନ୍ତି ଯେ, ଏହା ବିହାର କିମ୍ବା ବକ୍ସରର ନୁହେଁ ବରଂ ଉତ୍ତରପ୍ରଦେଶର ଶବ ନଦୀରେ ବହି ଚାଲି ଆସିଛି। ମହାଦେବ ଘାଟ କୂଳରେ କୁଢ କୁଢ ଶବର ଚିତ୍ର ଆପଣଙ୍କୁ ବିଚଳିତ କରି ଦେବାଭଳି ରହିଛି। ଏମିତି ଲାଗୁଛି, ଶବଗୁଡିକ ମହାଦେବ ଘାଟକୁ ନିଜ ଅକ୍ତିକାରକୁ ନେଇ ଯାଇଛନ୍ତି।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ମହଲରେ ହଇଚଇ ସୃଷ୍ଟି ହୋଇଛି। ନଦୀ କୂଳରେ କୁଢ କୁଢ ଶବ ଜମା  ହେବା ନେଇ ଅଧିକାରୀମାନେ ବୁଲେଇ ବଙ୍କେଇ ଜବାବ ଦେବାରେ ଲାଗିଛନ୍ତି। ଚୌସାର  ବିଡିଓ ଅଶୋକୁ କୁମାର କହିଛନ୍ତି, ପ୍ରାୟ ୪୦ ରୁ ୪୫ ଶବ ଅଲଗା ଅଲଗା ଜାଗାରୁ ବହି ଆସି ମହାଦେବ ଘାଟରେ ଲାଗିଛି।

ବିଡିଓ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହି ଶବ ଆମର ନୁହେଁ। ଘାଟରେ ଚୌକିଦାର ନିଯୁକ୍ତ କରାଯାଇଛି, ଯଦ୍ଵାରା ଶବଗୁଡିକର ସମୁଚିତ ଅନ୍ତିମ ସଂସ୍କାର ହୋଇ ପାରିବ। ଏହି ସବୁ ଶବ ଉତ୍ତର ପ୍ରଦେଶରୁ ବହି ଆସି ମହାଦେବ ଘାଟ କୂଳରେ ପହଞ୍ଚିଛି। ଏହି ଘଟଣା କେବଳ ବକ୍ସରରେ ସୀମିତ ନୁହେଁ ଅନ୍ୟ ଜିଲ୍ଲାରେ ମଧ୍ୟ କରୋନାରେ ସ୍ଥିତି ଭୟାନକ ରହିଛି। ସ୍ଥାନୀୟ ବାସିନ୍ଦା ନରେନ୍ଦ୍ର କୁମାର ମୌର୍ଯ୍ୟ କହିଛନ୍ତି, ଚୌସା ଘାଟର ସ୍ଥିତି ବହୁତ ଦୟନୀୟ।

ସେ କହିଛନ୍ତି, କରୋନା ସଂକ୍ରମଣ କାରଣରୁ ଏଠାକୁ ପ୍ରତିଦିନ ୧୦୦ରୁ ୨୦୦ ଲୋକ ଆସୁଛନ୍ତି ଏବଂ କାଠ ଅଭାବରୁ ଶବଗୁଡିକୁ ଗଙ୍ଗା ନଦୀରେ ଫିଙ୍ଗି ଚାଲି ଯାଉଛନ୍ତି। ଏଥିରେ ସଂକ୍ରମଣ ବ୍ୟାପିବାର ଭୟ ଲାଗି ରହୁଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏଠାରେ ପ୍ରଶାସନ ପକ୍ଷରୁ ଶବଦାହ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

ବକ୍ସରର ଏସଡିଓ କେ କେ ଉପାଧ୍ୟାୟ ଏହା ମଧ୍ୟ କହିଛନ୍ତି, ଏହି ସବୁ ଶବ ବିହାର ନୁହେଁ ଉତ୍ତର ପ୍ରଦେଶ ହୋଇ ଥାଇପାରେ। କାରଣ  ଆମର ଏଠାରେ ଶବ ଜଳାଇବାର ପରମ୍ପରା ରହିଛି। କିନ୍ତୁ ସ୍ଥାନୀୟ ଲୋକେ ସିଧାସଳଖ ପ୍ରଶାସନକୁ ଏହି ପରିସ୍ଥିତି ପାଇଁ ଦାୟୀ କରିଛନ୍ତି।

   Related Posts