ଆମେରିକା ସ୍ଥିତି ଭୟଙ୍କର : ଗୋଟିଏ ଦିନରେ ୩୭ରୁ ହଜାରରୁ ଅଧିକ ନୂଆ ମାମଲା, ୧ ଲକ୍ଷ ୨୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | June 26, 2020 IST

ୱାସିଂଟନ ୨୬/୦୬ : କରୋନା ସଂକ୍ରମଣ ବ୍ରେକ ଲାଗିବାର ନାଁ ନେଉନାହିଁ | ଆମେରିକାରେ କରୋନା ମହାମାରୀ ତାର ଭୟାବହତା ଜାରି ରଖିଛି | ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସବୁଠାରୁ ଅଧିକ ୩୭ ହଜାର ୭୭ ନୂଆ ମାମଲା ସାମ୍ନାକୁ ଆସିଛି | ଦିନକରେ ୨ ହଜାର ୪୩୦ ଜଣଙ୍କ ମୃତ୍ୟୁ ହୋଇଛି | ଆମେରିକା ଜନ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ, ଆମେରିକାରେ ଏବେ ସୁଦ୍ଧା ୨୪ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶୀକାର ହୋଇଛନ୍ତି | ଆମେରିକାରେ ଏବେ ସୁଦ୍ଧା ୧ ଲକ୍ଷ ୨୪ ହଜାର ୪୧୦ ଲୋକ କରୋନା ମହାମାରୀରେ ପ୍ରାଣ ହରାଇଛନ୍ତି |

ଏପ୍ରିଲ ୨୪ ତାରିଖରେ ସବୁଠାରୁ ଅଧିକ ୩୬ ହଜାର ୪୨୬ ମାମଲା ଆସିଥିଲା | ସିଏନଏ ଖବର ଅନୁସାରେ, ଆମେରିକାର ପ୍ରତ୍ୟକ ରାଜ୍ୟରେ କରୋନାର ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ନ୍ୟୁ ଜର୍ସିରେ ଗୋଟିଏ ଦିନରେ ସାବୁଠାରୁ ଅଧିକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି | ନ୍ୟୁୟର୍କ ଓ କାଲିଫର୍ନିଆରେ ମଧ୍ୟ ଲଗାତାର ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି | ଫ୍ଲୋରିଡ଼ା ଓ ଟେକ୍ସସରେ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି | କାଲିଫର୍ନିଆରେ ୭ ହଜାର ନୂଆ ଲୋକ ସଂକ୍ରମଣର ଶୀକାର ହୋଇଛନ୍ତି |

ନ୍ୟୁୟର୍କରେ ଏବେ ସୁଦ୍ଧା ୩୧ ହଜାର ୩୦୧ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ନ୍ୟୁ ଜର୍ସିରେ ୧୪ ହଜାର ୮୭୨ ଲୋକଙ୍କ ମୃତ୍ୟୁ ହୋଇଛି | ଆମେରିକାର ଅନେକ ସହରରେ ଲକଡାଉନ ହଟାଇ ଦିଆଯାଇଛି | ଅନେକ ସହରରେ ଲୋକେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି | ଆମେରିକାରେ ବର୍ତ୍ତମାନ ଯୁବପିଢ଼ି ମଧ୍ୟ କରୋନାରେ ପ୍ରାଣ ହରାଉଛନ୍ତି |

ଏକ ନୂଆ ଅନୁମାନରେ ଜଣାପଡିଛି ଯେ, ଆମେରିକାରେ କରୋନା ଭାଇରସରେ ଆରମ୍ଭରୁ ଏବେ ସୁଦ୍ଧା ପାଖାପାଖି ୨ କୋଟି ଲୋକ ସଂକ୍ରମିତ ହୋଇଛନ୍ତି | ଏହି ତଥ୍ୟ ଅନୁଯାୟୀ, ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ବିପଦ ଅଧିକ ରହିଛି | ଆମେରିକାରେ କରୋନା ସଂକ୍ରମଣ ମାମଲାର ୨୪ ଲକ୍ଷ ମାମଲା ସ୍ପଷ୍ଟ ହୋଇଥିବାବେଳେ ଏହି ସଂଖ୍ୟା ପାଖାପାଖି ୧୦ ଗୁଣ ଅଧିକ | ଆମେରିକାରେ କରୋନା ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଛି | ଆଗାମୀ ସପ୍ତାହରେ ସଂକ୍ରମଣ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି | ଏପଟେ ଭାଇରସ ଉପରେ କୌଣସି ନିୟନ୍ତ୍ରଣ ଥିଲାଭଳି ସ୍ଥିତି ମଧ୍ୟ ଦେଖା ଯାଉନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.