କୋଭିଡ-୧୯ କବଳରେ ୨୧୫ ଦେଶ: ୩୨ ଲକ୍ଷରୁ ଅଧିକ ସଂକ୍ରମିତ, ୨.୨୩ ଲକ୍ଷରୁ ଅଧିକ ମୃତ, ତଥାପି ୩୨ ଦେଶକୁ ଛୁଇଁନି କରୋନା

Published By : Prameya-News7 Bureau | May 01, 2020 IST

ଓ୍ଵାଶିଂଟନ ୦୧।୦୫: ଦୁନିଆରେ ୩୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହେଲେଣି। ୨ ଲକ୍ଷ ୨୩ ହଜାରରୁ ଅଧିକ ଲୋକଙ୍କ ଏହି ମହାମାରୀ କାରଣରୁ ପ୍ରାଣ ହରାଇଲେଣି। ଚାରି ଆଡେ ହାହାକାର ସ୍ଥିତି। ଏସବୁ ସତ୍ଵେ ବି ବିଶ୍ଵରେ ଏମିତି ୩୨ ଦେଶ ଅଛନ୍ତି ଯେଉଁଠି କରୋନା ଭାଇରସ୍‌ ପହଞ୍ଚି ପାରିନାହିଁ। ସେଠାରେ କରୋନାର ଗୋଟିଏ ହେଲେ ସଂକ୍ରମିତ ନାହାନ୍ତି। ମାତ୍ର ଉତ୍ତର କୋରିଆକୁ ନେଇ ସଂଶୟ ଜାରି ରହିଛି। ଏପ୍ରିଲ ୨୯ ସୁଦ୍ଧା ବିଶ୍ଵର ୨୪୭ ଦେଶ ମଧ୍ୟରୁ ୨୧୫ଟି ଦେଶରେ କରୋନା ବ୍ୟାପି ସାରିଛି। ସଦ୍ୟତମ ଦେଶ ଭାବେ ତାଜାକିସ୍ତାନରେ ଗୁରୁବାର ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି।

୯ଟି ଦେଶର ଜନସଂଖ୍ୟା ୧ ଲକ୍ଷରୁ ଅଧିକ

ଏମିତି ୩୨ ଦେଶ ରହିଛି, ସେଥିରୁ ୯ଟି ଦେଶରେ ଜନସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। ସର୍ବାଧିକ ଜନସଂଖ୍ୟା ୨.୫୭ କୋଟି ଟଙ୍କା ଉତ୍ତର କୋରିଆର ରହିଛି। ଏହି ଦେଶ ଚୀନର ନିକଟରେ ଅବସ୍ଥିତ ଏବଂ ସେଠାରୁ ସୂଚନା ବାହାରକୁ ଆସେ ନାହିଁ। ସେଠାରେ କରୋନା ତଥ୍ୟକୁ ନେଇ ସଂଶୟ ସ୍ଥିତି ରହିଛି। ସବୁଠୁ ଜନସଂଖ୍ୟା ଦେଶ ହେଉଛି କୋକୋସ୍ ଆଇସଲ୍ୟାଣ୍ଡ।

ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ

ଉତ୍ତର କୋରିଆ- ଜନସଂଖ୍ୟା ୨.୬ କୋଟି

ତୁର୍କମେନିସ୍ତାନ- ଜନସଂଖ୍ୟା ୬୦ ଲକ୍ଷ

ଲେସୋଥୋ- ଜନସଂଖ୍ୟା ୨୧.୪ ଲକ୍ଷ

କୋମୋରୋସ୍- ଜନସଂଖ୍ୟା ୮.୭ ଲକ୍ଷ

ମାଇକ୍ରୋନେସିଆ- ଜନସଂଖ୍ୟା ୫.୫ ଲକ୍ଷ

କମ ଜନସଂଖ୍ୟା ବିଶିଷ୍ଟ ଦେଶ

କୋକୋସ୍ ଆଇଲ୍ୟାଣ୍ଡ- ଜନସଂଖ୍ୟା ୫୯୬

ତୋକଲାଉ- ଜନସଂଖ୍ୟା ୧୩୫୭

କ୍ରିସମସ ଆଇଲ୍ୟାଣ୍ଡ- ଜନସଂଖ୍ୟା ୧୪୦୨

ନିୟୁ ଆଇଲ୍ୟାଣ୍ଡ- ଜନସଂଖ୍ୟା ୧୬୨୬

ସେଣ୍ଟ ହେଲେନା- ଜନସଂଖ୍ୟା ୬୦୭୭

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.