Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସତ ହେଲା ସିନେମା ୨.୦ ର କାହାଣୀ ! ୫ ଜି ନେଟୱର୍କ କାରଣରୁ ଗଲା ୩୦୦ ରୁ ଅଧିକ ପକ୍ଷୀଙ୍କ ଜୀବନ

7/12/2018 at 5:10 PM

ନିକଟରେ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ୍ ଖିଲାଡି ଅକ୍ଷୟ କୁମାର ସିନେମା ୨.୦ ରିଲିଜ୍ ହୋଇଥିଲା । ସିନେମାର କାହାଣୀ ପକ୍ଷୀମାନଙ୍କ ଅସ୍ତିତ୍ୱକୁ କିଭଳି ସ୍ମାର୍ଟଫୋନ୍ ରେଡିୟାନ୍ସ କମ୍ କରୁଛି ତାହା ଉପରେ ପର‌୍ୟ୍ୟବେସିତଥିଲା । ଯାହାକୁ ହିରୋ ଏବଂ ଭିଲିୟାନ୍ ରୁପେ ଦେଖାଇଲେ ମଧ୍ୟ ଦର୍ଶକ ସିନେମାକୁ ସାମାଜକୁ ପକ୍ଷୀବଂଶପ୍ରତି ସତର୍କ ରହିବାର ଏକ ଜାଗୃତ ଚିତ୍ରପଟ କହିଥିଲେ । ଧିରେ ଧିରେ ବିଶ୍ୱ ପ୍ରଗତି ଆଡକୁ ଗତି କରୁଛିଏବଂ ଏହା ପଥରେ ନେଟୱର୍କ,ଟେକ୍ନୋଲଜିର ବହୁତ ବଡ ହାତ ରହିଛି । କିନ୍ତୁ ଲାଭ କ୍ଷତି ଗୋଟିଏ ମୁଦ୍ରାରପରିପୂରକ । ଏହି ନେଟୱର୍କ ଯେ ସତରେ ପକ୍ଷୀବଂଶକୁ ନାଶ କରୁଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ନିକଟରେ ନେଦରଲ୍ୟାଣ୍ଡରେ ୫ ଜି ସେବାର ଟ୍ରାଏଲ୍ ଚାଲିଥିବା ବେଳେ ଏଭଳି ଏକ ଖବର ଆସିଲା ଯାହା ଅତ୍ୟଧିକ ନେଟୱର୍କ ବ୍ୟବହାର କରୁଥିବା ଲୋକଙ୍କୁ ଚକିତ କରିଦେବ । ପକ୍ଷୀମାନଙ୍କ ପାଇଁ ଏହି ଟେଷ୍ଟିଙ୍ଗ୍ କାଳ ହୋଇ ଆସିଲା ଏବଂ ୩୦୦ ରୁ ଉଦ୍ଧ୍ୱର୍ ପକ୍ଷୀଙ୍କର ଏଥିରେ ଜୀବନ ଚାଲିଗଲା । ନେଦରଲ୍ୟାଣ୍ଡର ହେଗ୍ ନାମକ ଏକ ପାର୍କରେ ୩୦୦ ରୁ ଅଧିକ ପକ୍ଷୀ ଅକାରଣରେ ମରିଯିବା ପରେ ଲୋକଙ୍କ ଧ୍ୟାନ ଏଥିପ୍ରତି ଯାଇଥିଲା । ଜାଞ୍ଚ୍ ପରେ ଜଣା ପଡିଲା ଯେ ପାର୍କ ପାଖ ଡଚ୍ ରେଲୱେ ଷ୍ଟେସନରେ ୫ଜି ନେଟସ୍ୱର୍କର ଟେଷ୍ଟିଙ୍ଗ୍ ହେଉଛି । ଟେଷ୍ଟିଙ୍ଗ୍ ପରେ ପରେ ହିଁ ହଠାତ୍ ପକ୍ଷୀମାନେ ଗଛରୁ ତଳକୁ ଗୋଟିଏ ପରେ ଗୋଟିଏ ପଡି ଛଟପଟ ହୋଇ ମରିଗଲେ । ପୋଖରୀରେ ସନ୍ତରଣ କରୁଥିବା ବତକ ଛଟପଟ ହେବାକୁ ଲାଗିଲେ । ରେଡିଏସନ୍ ରୁ ବଞ୍ଚିବା ପାଇଁ ବାରମ୍ବାର ସେମାନେ ମୁଣ୍ଡକୁ ପାଣି ଭିତରେ ବୁଡାଉଥିଲେ । ଆଉ କିଛି ପକ୍ଷୀ ଏଣେତେଣେ ଉଡିବାକୁ ଲାଗିଲେ ।

ଡଚ୍ ଫୁଡ୍ ଆଣ୍ଡ୍ କଞ୍ଜୁମର୍ ପ୍ରଡକ୍ଟ ସେଫ୍ଟି ଅଥରିଟିର କହିବା ଅନୁସାରେ,ମୃତପକ୍ଷୀଙ୍କୁ ଲ୍ୟାବ୍ ରେ ଟେଷ୍ଟ୍ କରାଗଲା କିନ୍ତୁ ଖାଦ୍ୟରେ କୌଣସି ପ୍ରକାର ବିଷାକ୍ତ ପଦାର୍ଥର ପ୍ରମାଣ ମିଳିଲା ନାହିଁ କିନ୍ତୁ ଆଭ୍ୟନ୍ତରଣୀୟ ରକ୍ତସ୍ରାବ ଯୋଗୁଁ ଏଭଳି ହୋଇଥିବା କଥା ଚିକିତ୍ସକ କହିଥିଲେ ।

   Related Posts