ପଣାପିଇ ୩୦ରୁ ଅଧିକ ଅସୁସ୍ଥ: ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ ଶିଶୁ
13/04/2020 at 4:09 PM

ଭଦ୍ରକ୧୩/୪: ପଣାପିଇ ୩୦ରୁ ଅଧିକ ଅସୁସ୍ଥ। ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ପଣାପିଇ ୩୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ବ୍ୟକ୍ତିଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଓ ମହୁରା ଗାଁରେ ଗ୍ରାମଦେବତୀଙ୍କ ପାଖରେ ତିଆରି ହୋଇଥିବା ପଣାପିଇ ଏମାନେ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୦ରୁ ଅଧିକ ଛୋଟ ଶିଶୁ ଅଛନ୍ତି।
ସୂଚନା ଅନୁଯାୟୀ, ଅସୁସ୍ଥ ବ୍ୟକ୍ତିଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠୁଛି। ଲକ୍ଡାଉନ୍ ଚାଲିଥିବା ସମୟରେ ମନ୍ଦିର ନିକଟରେ ପଣାର ଆସର କିପରି ଚାଲିଥିଲା। ସେଠାରେ କିପରି ଏତେ ଲୋକ ରୁଣ୍ଡ ହୋଇଥିଲେ। ଅନ୍ୟପଟେ ପଣାପିଇ କାହିଁକି ଅସୁସ୍ଥ ହେଲେ, ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ।