NRC ଭୟରେ ପଶ୍ଚିମବଙ୍ଗରେ ମଲେଣି ୩୦ରୁ ଅଧିକ ଲୋକେ: ମମତା ବାନାର୍ଜୀ

Published By : Prameya-News7 Bureau | February 04, 2020 IST

ବନଗାଓଁ ୪।୨:   କେନ୍ଦ୍ର ସରକାରଙ୍କ ନ୍ୟାସନାଲ ସିଟିଜେନ ରେଜିଷ୍ଟ୍ରାର (ଏନଆରସି)କୁ ଡରି ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଏହି ଅଭିଯୋଗ କରିଛନ୍ତି।  ୨୪ ଉତ୍ତରପ୍ରଗଣାର ବନଗାଓଁରେ ଏର ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା ଏହି ଅଭିଯୋଗ କରିଛନ୍ତି। ମୋ ମାଁଙ୍କ ଜନ୍ମ ପ୍ରମାଣପତ୍ର ମୋ ପାଖରେ ନାହିଁ ବୋଲି ମୋତେ ଦେଶରୁ ବାହାର କରିଦିଆଯାଇପାରିବ କି ବୋଲି ମମତା ପ୍ରଶ୍ନ କରିଥିଲେ। ଆସାମ ପରିସ୍ଥିତିକୁ ଦେଖି ଏବେ ପଶ୍ଚିମବଙ୍ଗରେ ଲୋକେ ଆଖିବୁଜୁଥିବା କହିଛନ୍ତି ମମତା।

{"id":220019,"sizeSlug":"large"}

କେବଳ ଏଥିଯୋଗୁ ଏବେ ଶାହିନ ବାଗ୍ ଓ ଜାମିଆ ମିଲିଆ ଇସ୍ଲାମିଆ ପରିସ୍ଥିତି ଉପୁଜିଥିବା ମମତା କହିଥିବା ବେଳେ ନିଜକୁ ଦେଶର ଚୌକିଦାର କହୁଥିବା ଲୋକ ହିଁ ନିର୍ବାଚନ ପରେ ତାଙ୍କର ରୂପ ବଦେଳଇ ଦେଇଛନ୍ତି। ଏବେ ସିଏଏ, ଏନଆରସି ଓ ଏନପିଆର ଭଳି ବ୍ୟବସ୍ଥା ସବୁ ପ୍ରଣୟନ କରି ଲୋକଙ୍କ ସହ ଲୋକଙ୍କୁ ଲଢଉଛନ୍ତି। ଫଳରେ ଜାମିଆ ପ୍ରଦର୍ଶନକାରୀଙ୍କ ଉପରକୁ ଜଣେ ଛାତ୍ର ଗୁଳି ଚଳାଇଛନ୍ତି ବୋଲି କହିଛନ୍ତି ମମତା।

{"id":220020,"sizeSlug":"large"}

ସରକାର ଏବେ ଲୋକଙ୍କୁ ଆତଙ୍କିତ କରି ନିଜ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି। ତେବେ ମମତା ଶାହିନବାଦ ବିକ୍ଷୋବକାରୀଙ୍କ ପ୍ରତି ତାଙ୍କର ସମର୍ଥନ ଘୋଷଣା କରିଛନ୍ତି। ତେବେ କେତେକ ରାଜନୈତିକ ଦଳ ସଂଶୋଧିତ ନାଗରିକତା ଆଇନକୁ ନେଇ ଅପପ୍ରଚାର କରୁଥିବା ବି କହିଛନ୍ତି ମମତା। ସେହିପରି ଯେଉଁମାନେ ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ କହୁଛନ୍ତି ସେମାନଙ୍କ ମମତା କଡା ଶବ୍ଦରେ ନିନ୍ଦା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.