Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭଲ ଖବର: ପ୍ରଥମଥର ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୩ ଲକ୍ଷରୁ ଅଧିକ ସଂକ୍ରମିତ

2/05/2021 at 10:48 AM

ନୂଆଦିଲ୍ଲୀ ୦୨/୦୫ : ଦେଶରେ କରୋନା ସଂକ୍ରମଣ ଭୟାବହ ରୂପ ଧାରଣ କଲାଣି । ଗତ ୧୦ ଦିନ ହେଲା ଲଗାତାର ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଶୁକ୍ରବାର ଦିନ ସଂକ୍ରମଣ ୪ ଲକ୍ଷ ପାର କରିଥିଲା। ତେବେ ଇତି ମଧ୍ୟରେ ଏକ ଭଲ ଖବର ମଧ୍ୟ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମଥର ପାଇଁ ୩ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଶନିବାର ଦିନ ୩ ଲକ୍ଷ ୮ ହଜାର ୫୨୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୯୨ ହଜାର ୪୫୯ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୩ ହଜାର ୬୮୪ ଜଣଙ୍କ ମୃତ୍ୟୁ ହୋଇଛି।

ଶୁକ୍ରବାର ଦିନ କରୋନା ସଂକ୍ରମିତ ମାମଲା ସବୁ ରେକର୍ଡ ଭାଙ୍ଗିଥିଲା। ଶୁକ୍ରବାର ଦେଶରେ ୪ ଲକ୍ଷ ୧ ହଜାର ୯୧୧ ନୂଆ ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଦିନରେ ଏହା ଦୁନିଆର କୌଣସି ଦେଶରେ ସାମ୍ନାକୁ ଆସିଥିବା ସବୁଠାରୁ ବଡ ସଂଖ୍ୟାକ ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ସାରା ଦୁନିଆରେ ୮.୬୬ ଲକ୍ଷ ନୂଆ ପଜିଟିଭ ଚିହ୍ନଟ ହୋଇଛି। ଏଥିରୁ କେବଳ ଭାରତରେ ୪୬ ପ୍ରତଶତ ରହିଛି।

   Related Posts