Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଗୋଟିଏ ଦିନରେ ୨୮ ହଜାରରୁ ଅଧିକ ନୂଆ ମାମଲା, ୫୫୧ ଜଣଙ୍କ ମୃତ୍ୟୁ : ୮ ଲକ୍ଷ ୪୯ ହଜାର ଟପିଲା ସଂକ୍ରମଣ ସଂଖ୍ୟା

12/07/2020 at 11:15 AM

ନୂଆଦିଲ୍ଲୀ ୧୨/୦୭ : ଦେଶରେ କରୋନା ସଂକ୍ରମଣକୁ ବ୍ରେକ ଲାଗୁନି | ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ମାମଲା ସାମ୍ନାକୁ ଆସୁଛି | ବୃଦ୍ଧି ପାଉଥିବା ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇଛି | ପ୍ରତିଦିନ କୋଭିଡ-୧୯ ନୂଆ ଗ୍ରାଫ ଉପରକୁ ବଢି ବଢି ଚାଲିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୨୮ ହଜାର ୬୩୭ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ୫୫୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି | ଏହାପରେ ଦେଶରେ କରୋନା ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ ହୋଇଛି | ଏବେ ସୁଦ୍ଧା ଦେଶରେ ୨୨ ହଜାର ୬୭୪ ଜଣଙ୍କ ମୃତ୍ୟୁ ହୋଇଛି | ଶନିବାର ଦିନ ଦେଶରେ ୨୭ ହଜାର ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିଲା |

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ୨ ଲକ୍ଷ ୯୨ ହଜାର ୨୫୮ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀରୁ ଏବେ ସୁଦ୍ଧା ୫ ଲକ୍ଷ ୩୪ ହଜାର ୬୨୦ ଜଣ ସୁସ୍ଥ ହୋଇଛନ୍ତି | ତେବେ ଭଲ ଖବର ହେଲା କରୋନା ରୋଗୀଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇଛି | ସୁସ୍ଥ ହାର ୬୨.୯୨ ପ୍ରତିଶତ ରହିଛି |

କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ମହାରାଷ୍ଟ୍ରରେ ଶନିବାର ଦିନ ୮ ହଜାର ୧୩୯ ନୂଆ ମାମଲା ସାମ୍ନାକୁ ଆସିଛି | ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୬୦୦ରେ ପହଞ୍ଚିଛି | ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟାରେ ୨୨୩ କରୋନା ପୀଡିତଙ୍କ ମୃତ୍ୟୁ ହେବାପରେ ମୃତକଙ୍କ ସଂଖ୍ୟା ୧୦ ହଜାର ୧୧୬ ରେ ପହଞ୍ଚିଛି | ରାଜ୍ୟରେ ୧ ଲକ୍ଷ ୩୬ ହଜାର ୯୫୮ ଜଣ ସୁସ୍ଥ ହୋଇଛନ୍ତି | ରାଜ୍ୟରେ ବର୍ତ୍ତମାନ ୯୯ ହଜାର ୪୯୯ କରୋନା ପୀଡିତ ଚିକିତ୍ସାଧୀନ ଅଛନ୍ତି | ୧୨ ଲକ୍ଷ ୮୫ ହଜାର ୯୯୧ ଜଣଙ୍କ କରୋନା ଯାଞ୍ଚ ହୋଇଛି | 

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଟିକିଏ ହ୍ରାସ ପାଇଛି | ୨୪ ଘଣ୍ଟାରେ ୧୭୮୨ ନୂଆ ମାମଲା ସାମ୍ନାକୁ ଆସିଛି | ୨ ହଜାର ୯୯୮ ରୋଗୀ ସୁସ୍ଥ ହୋଇଛନ୍ତି | ଏବେ ସୁଦ୍ଧା ଦିଲ୍ଲୀରେ ୮୭ ହଜାର ୬୯୨ ଜଣ ସୁସ୍ଥ ହୋଇଛନ୍ତି | ଗତ ୨୪ ଘଣ୍ଟାରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି | କରୋନା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୩ ହଜାର ୩୩୪ ଜଣଙ୍କ ମୃତ୍ୟୁ ହୋଇଛି | ଦିଲ୍ଲୀରେ ଏବେ ସୁଦ୍ଧା ୭ ଲକ୍ଷ ୬୮ ହଜାର ୬୧୭ ନମୁନା ଯାଞ୍ଚ ହୋଇଛି |  ଦିଲ୍ଲୀରେ ସୁସ୍ଥ ହାର ୭୯.୦୫ ପ୍ରତିଶତ ରହିଛି |

ଗୁଜରାଟରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଇଛି | ଗୁଜରାଟରେ ଶନିବାର ଦିନ ୮୭୨ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୦ଜଣଙ୍କ ମୃତ୍ୟୁ ହୋଇଛି | ଗୋଟିଏ ଦିନରେ ୫୦୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ରାଜ୍ୟରେ ମୋଟ ୪୧ ହଜାର ୨୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି |

   Related Posts