Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଇଣ୍ଡୋନେସିଆ ନିର୍ବାଚନ, ଓଭରଟାଇମ କାମ ଯୋଗୁ ୨୭୦ ନିର୍ବାଚନ କର୍ମଚାରୀଙ୍କ ମୃତ୍ୟୁ, ୧୮୭୮ ଜଣ ଅସୁସ୍ଥ

28/04/2019 at 8:41 PM

ଜାକର୍ତ୍ତା ୨୮।୪:  ଇଣ୍ଡୋନେସିଆ ସାଧାରଣ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହାର ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ୨୭୦ ଜଣ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧ହଜାର ୮୭୮ ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଦେଶର ବିଭିନ୍ନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଗତ ୧୭ ତାରିଖରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ତେବେ ନିର୍ବାଚନ ଖର୍ଚ୍ଚ କମାଇବା ପାଇଁ ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ସହ ଅନ୍ୟ ନିର୍ବାଚନ ମଧ୍ୟ କରାଇଛନ୍ତି । ଏବେ ସେସବୁର ମତଗଣନା ହେଉଥିବା ବେଳେ କର୍ମଚାରୀଙ୍କୁ ଓଭର ଟାଇମ କରିବାକୁ ପଡୁଛି । ଫଳରେ କର୍ମଚାରୀମାନେ ଅସୁସ୍ଥ ହୋଇପଡୁଛନ୍ତି ।

ଇଣ୍ଡୋନେସିଆର ମୋଟ ଜନସଂଖ୍ୟ ୨୬ କୋଟି । ତେବେ ୧କୋଟି ୯୧ ଲକ୍ଷ ଭୋଟର ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାଂଶ କର୍ମଚାରୀ ଅସ୍ଥାୟୀ । ଏଣୁ ନିଯୁକ୍ତି ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇନଥିଲା ବୋଲି ଜେନେରାଲ ଇଲେକ୍ସନ କମିଶନଙ୍କ ମୁଖପାତ୍ର କହିଛନ୍ତି । ତେବେ ଇଣ୍ଡୋନେସିଆ ନିର୍ବାଚନ ଆୟୋଗ ମୃତ କର୍ମଚାରୀଙ୍କ ପରିବାର ନିମନ୍ତେ କ୍ଷତିପୁରଣ ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ଏକକାଳୀନ ଏକାଧିକ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ନଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ବହୁସଂଖ୍ୟାରେ ଲୋକଙ୍କୁ ନିଯୁକ୍ତ କରିବା ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି ଲୋକେ ସମାଲୋଚନା କରୁଛନ୍ତି ।

ଆସନ୍ତା ମେ ୨୨ ତାରିଖ ସୁଦ୍ଧା ଭୋଟଗଣନା ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ମତଗଣନା ଫଳାଫଳ ଅନୁସାରେ ଆୟୋଗ ରାଷ୍ଟ୍ରପତି ସମେତ ସଂସଦୀୟ ନିର୍ବାଚନରେ ବିଜୟୀଙ୍କ ନାମ ଘୋଷଣା କରିବେ।  

   Related Posts