୬୫୦ ଫୁଟ ଗଭୀର ଖାଇରେ ଖସିଲା ଯାତ୍ରୀବାହୀ ବସ୍, ୨୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | June 19, 2021 IST

ପେରୁ ୧୯।୬: ଦକ୍ଷିଣ ଆମେରିକାର ପେରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବେଳେ ୬୫୦ ଫୁଟ ଗଭୀର ଖାଇରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀ ଏବଂ ଖଣି କମ୍ପାନୀଙ୍କ କହିବା ଅନୁସାରେ, ଏହି ବସ୍‌ରେ ଖଣିରେ କାମ କରୁଥିବା ଶ୍ରମିକ ଥିଲେ ।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଲୁକାନସ ପ୍ରଦେଶରେ ଏହି ସଡକ ଦୁର୍ଘଟଣା ଘଟିଛି । ବସ୍‌ରେ ଥିବା ଯାତ୍ରୀମାନେ ପାହାଡରୁ ତଳକୁ ଖସିପଡିଛନ୍ତି । ଦୁର୍ଘଟଣାର ଭିଡିଓ ଫୁଟେଜରେ ବସ୍ ଓଲଟି ପଡିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି । ପେରୁର ଦକ୍ଷିଣ ପ୍ରାନ୍ତରେ ଥିବା ରାସ୍ତାଗୁଡିକ ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.