Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଡର: ୭୦୦ ଜାହାଜକୁ ନୋ ଏଣ୍ଟ୍ରି, ୨୫ ହଜାର ଯାତ୍ରୀଙ୍କୁ ଓହ୍ଲାଇବାକୁ ଦେଲାନି ଭାରତ

15/03/2020 at 5:43 PM

ନୂଆଦିଲ୍ଲୀ ୧୫।୦୩: କରୋନା ଭୂତାଣୁକୁ ବ୍ୟାପିବାରେ ରୋକିବା ଲାଗି ସରକାର ଏ ପର୍ଯ୍ୟନ୍ତ ୭୦୦ରୁ ଅଧିକ ଜାହାଜର ୨୫୦୦୦ ରୁ ଅଧିକ ଯାତ୍ରୀ ଓ ଚାଳକ ଦଳର ସଦସ୍ୟଙ୍କୁ ଭାରତୀୟ ବନ୍ଦରରେ ଓହ୍ଲାଇବାକୁ ଦେଉ ନାହିଁ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛି।

ମାଲ୍ ଚଢାଇବା ଓ ଓହ୍ଲାଇବା ଉପରେ ପ୍ରତିବନ୍ଧକ ବ୍ୟତୀତ ସରକାର କରୋନା ଭୂତାଣୁ ପ୍ରଭାବିତ ଦେଶରୁ ଆସିଥିବା କୌଣସି ବି ଅନ୍ତରାଷ୍ଟ୍ରୀୟ କ୍ରୁଜ୍ ଜାହାଜ, ଚାଳକ ଦଳର ସଦସ୍ୟ ଓ ଯାତ୍ରୀଙ୍କୁ ବନ୍ଦରରେ ଓହ୍ଲାଇବାକୁ ଦେଇ ନାହିଁ। ଏହି ପ୍ରତିବନ୍ଧକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଛି। ଏହି ରୋକ୍ ଗତ ସପ୍ତାହରୁ ଲଗା ଯାଇଛି। ଦେଶର ପ୍ରମୁଖ ବନ୍ଦରରେ ଏହି ପ୍ରତିବନ୍ଧକ ୨୦୨୦ ଫେବୃଆରୀ ୧ ପରେ କରୋନା ଭୂତାଣୁରେ ପ୍ରଭାବିତ ଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଲାଗୁ କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚୀନ କିମ୍ବା କରୋନା ପ୍ରଭାବିତ ଅନ୍ୟ ଦେଶ ଦେଇ ଆସିଥିବା ୭୦୩ ଜାହାଜ ଏବଂ ସେଥିରେ ଥିବା ୨୫,୫୦୪ ଯାତ୍ରୀ ଓ ଚାଳକ ଦଳର ସଦସ୍ୟ ଭାରତୀୟ ସମୁଦ୍ର କୂଳକୁ ଆସିଛନ୍ତି। ଭାଇରସ୍ ବ୍ୟାପିବାର କୌଣସି ଆଶଙ୍କାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଏହି ଯାତ୍ରୀଙ୍କୁ ଜାହାଜରୁ ଓହ୍ଲାଇବାକୁ ଅନୁମତି ଦିଆଯାଇ ନାହିଁ। ସେମାନଙ୍କୁ କୂଳରେ ନିର୍ଦ୍ଧାରିତ ଜାଗାରେ ରହିବାକୁ କୁହାଯାଇଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଗାଇଡ୍ ଲାଇନ୍ ଅନୁଯାୟୀ, ଜାହାଜରେ ଥିବା ସମସ୍ତ ଯାତ୍ରୀ ଓ ଚାଳକ ଦଳର ସଦସ୍ୟଙ୍କୁ ସ୍କାନ କରାଯାଉଛି ଏବଂ ସେମାନଙ୍କ ଯାଏ ପ୍ରତ୍ୟେକ ଜରୁରୀ ସୁବିଧା ଉପଲବ୍ଧ କରଯାଉଛି। ସମସ୍ତ ଜରୁରୀ ପ୍ରୋଟକଲର ପାଳନ କରାଯାଉଛି। ଯଦି କେହି ଅସୁସ୍ଥ ହେଉଛନ୍ତି ତେବେ ତାଙ୍କୁ ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ କରାଯାଉଛି।

ଭାରତରେ ମୋଟ୍ ୧୨ଟି ବଡ ବନ୍ଦର ରହିଛି। ସେଗୁଡିକ ହେଲା ଦୀନ ଦୟାଲ(ପ୍ରଥମେ କାଣ୍ଡଲା ନାମ ଥିଲା), ମୁମ୍ବାଇ, ଜେଏନପିଟି, ମାର୍ଗାଗୁଆ, ନ୍ୟୁ ମେଙ୍ଗାଲୁରୁ, କୋଚି, କାମରାଜାର(ପ୍ରଥମେ ଇନ୍ନୋର ନାମ ଥିଲା), ଭି.ଓ. ଚିଦମ୍ବରନାର, ବିଶାଖାପାଟଣା, ପାରାଦୀପ ଓ କୋଲକାତା। ଏହି ବନ୍ଦର ଗୁଡିକରେ ୨୦୧୮-୧୯ରେ ୬୯୯.୦୪ ମେଟ୍ରିକ ଟନ୍ ମାଲ ପରିବହନ ହୋଇଥିଲା। ଏହା ବ୍ୟତୀତ ଭାରତରେ ୨୦୦ ଛୋଟ ବୋଡ ବନ୍ଦର ରହିଛି ଯାହା ରାଜ୍ୟ ନିୟନ୍ତ୍ରଣରେ ରହିଛି।

   Related Posts