Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଏଠାରେ ଲୋକେ ନିଜ ଇଚ୍ଛାରେ ଚାଖୁଛନ୍ତି ମୃତ୍ୟୁର ସ୍ୱାଦ, ଏହି ଭଳି ଯାଉଛନ୍ତି କାଳ ମୁହଁକୁ

15/11/2019 at 9:08 PM

ସିଓଲ: ଦକ୍ଷିଣ କୋରିଆ ରାଜଧାନୀରେ ଗତ ୭ ବର୍ଷ ହେଲା ଲୋକେ ନିଜ ଇଛାରେ ମୃତ୍ୟୁର ସ୍ୱାଦ ଚାଖୁଥିବା ଜଣାପଡିଛି। ‘ଲିଭିଂ ଫୁନେରାଲ’ ନାମକ ଏହି ପ୍ରକ୍ରିୟାରେ ମୃତ୍ୟୁପରେ ଲୋକକୁ ଯେପରି ସତ୍କାର କରାଯାଏ ଠିକ୍ ସେହିପରି ସତ୍କାର କରାଯାଉଛି। ଲୋକେ ଏଥିଲାଗି କଫିନରେ ଶୋଇ ରହୁଥିବା ବେଳେ ତାଙ୍କର ଅନ୍ତ୍ୟେଷ୍ଟି କରାଯାଉଛି। ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକ ନିଜ ମୃତ୍ୟୁ ପୂର୍ବର ଅଭିଜ୍ଞତା ହାସଲ କରିଛନ୍ତି।

ଦେଶରେ ୨୦୧୨ ମସିହାରେ ‘ହୋଭନ ହିଲିଂ’ କମ୍ପାନୀ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ତେବେ ଲୋକେ ନିଜ ଇଛାରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କମ୍ପାନୀ କର୍ତ୍ତୃପକ୍ଷ  କହିଛନ୍ତି। ଜନୈକ କର୍ମକର୍ତ୍ତା କହିଛନ୍ତି ଯେ ଲୋକେ ନିଜ ଜୀବନ ନିଶେଷ ହେବା ପୂର୍ବରୁ ମୃତ୍ୟୁର ଅନୁଭବ କରି ବାକି ଜୀବନକୁ ସୁଧାରିନିଅନ୍ତୁ ଏହା ହିଁ ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ । ସେହି ଅନୁସାରେ ଅନେକ ଲୋକ ଏଠାରୁ ମୃତ୍ୟୁ ଅଭିଜ୍ଞତା ନେଇ ପରବର୍ତ୍ତି ଜୀବନରେ ବେଶ ସଫଳ ହେଉଥିବା ମଧ୍ୟ କହିଛନ୍ତି। 

ନିକଟରେ କମ୍ପାନୀର ‘ଡାଇଙ୍ଗ ୱେଲ’ ପ୍ରୋଗ୍ରାମରେ ୭୫ ବର୍ଷ ବୟସ୍କ ଚୋ ଜେ ହି ଅଂଶଗ୍ରହଣ କରିଥିଲେ। ତେବେ ଲିଭିଙ୍ଗ ପୁନେରାଲ ସମ୍ପର୍କରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକେ ନିଜ ମୃତ୍ୟୁକୁ ନେଇ ସତର୍କ ହୋଇଯାଆନ୍ତି। ଏଣୁ ଜୀବନକୁ ପୁଣି ଏକ ନୂଆ ଦୃଷ୍ଟିରେ ଦେଖିବା ଆରମ୍ଭ କରନ୍ତି ବୋଲି କହିଛନ୍ତି ହି । ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ଲୋକଙ୍କୁ ୧୦ ମିନିଟ୍ ପର୍ଯ୍ୟନ୍ତ କଫନରେ ବନ୍ଦ କରିଦିଆଯାଏ। ତେବେ ତା ପୂର୍ବରୁ ଓ ପରେ ସ୍ୱଭାବିକ ଭାବେ ମୃତ୍ୟୁବରଣ କରିଥିବା ଲୋକଙ୍କ ଲାଗି ଯେଉଁ ସବୁ ରିତିନୀତି  କରାଯାଏ ତାହା ଅନୁଷ୍ଠିତ ହୁଏ।

ଏଣୁ ଏବେ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁପୂର୍ବର ଅଭିଜ୍ଞତା ହାସଲ କରିସାରିଛନ୍ତି। ଏପରି ବି ଲୋକେ ଅଛନ୍ତି ଯେଉଁମାନେ ତାଙ୍କର ଅଭିଜ୍ଞତାକୁ ନେଇ ପୁସ୍ତକ ରଚନା କରିଥିବା ବେଳେ ତାହା ହଟ ସେଲର ବି ହୋଇଛି। ସେହିପରି ଏଠାରେ ମୃତ୍ୟୁର ଅଭିଜ୍ଞତା ହାସଲ କରିଥିବା ଜନୈକ ଛାତ୍ର ଚାକିରୀ ଲାଗି ଥିବା ତାଙ୍କ ଜୀବନର ଲକ୍ଷ ବଦଳାଇ ପାଠ ପଢା ଶେଷରେ ବ୍ୟବସାୟ ଆରମ୍ଭ କରିଛନ୍ତି। ଫଳରେ ସେ ଜଣେ କର୍ମଚାରୀ ବଦଳେ ମାଲିକ ହୋଇପାରିଥିବା କହିଛନ୍ତି।     

   Related Posts